ତୁମକେଲା ବସ୍ତି ଅଞ୍ଚଳରେ ବିଜେପିର ସଦସ୍ୟତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଇସ୍ପାତ ସହରାଞ୍ଚକର ସେକ୍ଟର-୧୫ ନିକଟରେ ଥିବା ତୁମକେଲା ବସ୍ତିରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ କରାଯାଇଛି । ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜେ ଉପସ୍ଥିତ ରହି ଏହି ଅଭିଯାନର ନେତୃତ୍ୱ ନେଇଥିଲେ । ବିଜେପିର ସଦସ୍ୟତା ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ଆହ୍ୱାନ୍ ଦେଇଥିଲେ । ଏହି ଅବସରରେ ବସ୍ତିର ବହୁ ଲୋକ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.