ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରତିଶୃତିବଦ୍ଧ

  • ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ଏବଂ ଲୋକଙ୍କ ନିରନ୍ତର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନେକ ପ୍ରୟାସ କରାଯାଉଛି ।
  • ଗୃହ ମନ୍ତ୍ରାଳୟର ନର୍ଥ ବ୍ଲକ ପରିସରରେ ସଚିବ (ସୀମା ପରିଚାଳନା) ରାଜେନ୍ଦ୍ର କୁମାର ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ ।
  • ଗୃହ ମନ୍ତ୍ରଣାଳୟର ବହୁ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନର୍ଥ ବ୍ଲକ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଥିଲେ ।

ନୂଆଦିଲ୍ଲୀ, (ପିଆଇବି) : ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରି ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ ନର୍ଥ ବ୍ଲକ ପାର୍କରେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରତିଶୃତିବଦ୍ଧ । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ଏବଂ ଲୋକଙ୍କ ନିରନ୍ତର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନେକ ପ୍ରୟାସ କରାଯାଉଛି । ଏହି ପ୍ରୟାସର ଏକ ଅଂଶ ଭାବରେ ସୀମା ପରିଚାଳନା ସଚିବ ରାଜେନ୍ଦ୍ର କୁମାର ନର୍ଥ ବ୍ଲକରେ ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ । ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ ନର୍ଥ ବ୍ଲକ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ଏବଂ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦିଗରେ ଗୃହ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ଅନେକ ପ୍ରୟାସ ମଧ୍ୟରୁ ଏହି କାର୍ଯ୍ୟକ୍ରମ ଅନ୍ୟତମ । ସ୍ୱଚ୍ଛତା ପ୍ରତିଶ୍ରୁତି ଆମ ଆଖପାଖକୁ ପରିଷ୍କାର ରଖିବା, ବର୍ଜ୍ୟବସ୍ତୁର ଦାୟିତ୍ୱପୂର୍ଣ୍ଣ ନିଷ୍କାସନକୁ ପ୍ରୋତ୍ସାହିତ କରିବା ଏବଂ ଦୈନନ୍ଦିନ ଜୀବନରେ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲା । ଏହି ଅବସରରେ ସଚିବ (ସୀମା ପରିଚାଳନା) ଗୃହ ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସ୍ୱଚ୍ଛ ଭାରତ ଅଭିଯାନ ଦିଗରେ ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ, ଗୃହ ମନ୍ତ୍ରଣାଳୟ ଏକ ସ୍ୱଚ୍ଛ, ସବୁଜ ଭାରତର ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ୱଚ୍ଛତା, ସ୍ଥାୟୀତା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରୁଥିବା ପଦକ୍ଷେପରେ ସକ୍ରିୟ ଭାବରେ ସାମିଲ ହେବ । ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରି ଗୃହ ମନ୍ତ୍ରଣାଳୟର ବହୁ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟାଳୟ ପରିସରରେ ଥିବା ସାଧାରଣ ସ୍ଥାନକୁ ଆବର୍ଜନାମୁକ୍ତ କରିବା ସୁନିଶ୍ଚିତ କରିଥିଲେ । ଏହି ସାମୂହିକ ସ୍ୱଚ୍ଛତା ଅଭିଯାନ ପରିବେଶକୁ ସ୍ୱଚ୍ଛ ରଖିବାରେ ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ୱ ଦେଖାଇବାକୁ ପ୍ରୟାସ ଭାବରେ କାର୍ଯ୍ୟ କରେ । ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପ୍ରତି ନିଜର ସମର୍ପଣ ଦେଖାଇ ଗୃହ ମନ୍ତ୍ରଣାଳୟର ବହୁ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ‘ଏକ ପେଡ୍ ମା’ କେ ନାମ’ ଅଭିଯାନ ଅଧୀନରେ ନର୍ଥ ବ୍ଲକରେ ଥିବା ପାର୍କରେ ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.