ଜଗଦଲପୁର ମଣ୍ତଳରେ ସଦସ୍ୟତା ଅଭିଯାନ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଜଗଦଲପୁର ମଣ୍ତଳ ପକ୍ଷରୁ ନିଲିଜିପତ୍ରା ଛକଠାରେ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ ଅଧ୍ୟକ୍ଷତା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ଜିଲ୍ଲା ବରିଷ୍ଠ ପଦାଧିକାରୀ ସରୋଜ କୁମାର ସାମଲ, ଲମ୍ବୋଦର ପଣ୍ତା, ମଦନ ମୋହନ ପଟେଲ, ଯୋଗେନ୍ଦ୍ର ଭୋଇ, ହରିହର ସାହୁ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ସହ ସଦସ୍ୟତା ଅଭିଯାନ ଉପରେ ଆଲୋକପାତ କରିଥିଲେ । ବୈଠକରେ ମଣ୍ତଳରେ ପଞ୍ଚାୟତ ପ୍ରମୁଖ, ଯୁବମୋର୍ଚ୍ଚା ପ୍ରମୁଖ, ମହିଲା ମୋର୍ଚ୍ଚା ପ୍ରମୁଖ, ଆଦିବାସୀ ମୋର୍ଚ୍ଚା ପ୍ରମୁଖ ସମେତ ପ୍ରତ୍ୟେକ ବୁଥସ୍ତରର କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ । ଜଗଦଲପୁର ମଣ୍ତଳ ସଂପାଦକ ପଦ୍ମନ ରଣା ସଭାକୁ ସଂଚାଳନ କରିଥିବା ବେଳେ ବାସୁଦେବ ପୋଢ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.