ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଶିକ୍ଷା ବରଗଡ଼ ସୌଜନ୍ୟରୁ ଓ ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷା ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ ଓ ଆବିଷ୍କାର ମନୋବୃତ୍ତିକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମ୍ପର୍କିତ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ସହ ବ୍ଲକ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ରାଜେଶ ଖମାରୀ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ମାନସ ଶତପଥୀ, ସମସ୍ତ ସି.ଆର.ସି.ସି ବ୍ଲକ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ପ୍ରଭାତ ସାହୁ ଓ ଭଗବାନ ତରାଇ ମଞ୍ଚ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ୩ଗ୍ରୁପ ଯଥା ସବ୍ ଜୁନିଅର, ଜୁନିଅର ଓ ସିନିଅର ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା । ସମଗ୍ର ବ୍ଲକ୍ର ୨୧୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ଅବସର ପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ପଦ୍ମନାଭ ଯୋଶୀ ଯୋଗଦାନ କରି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ରାମସିଂ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.