oom

ଅଳେଶ୍ୱରଠାରୁ ସୋନପୁର ୭୫ କି.ମି. ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

jsmm

• ଷଷ୍ଠ ପର୍ଯ୍ୟାୟରେ ହରିପୁର ବେଳାଭୂମି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ଷଷ୍ଠ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ହରିପୁର ବେଳାଭୂମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକର ‘ଦି ଇକୋ ୱାରିୟର୍ସ’ର ପ୍ରୟାସରେ ଗଞ୍ଜାମରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟପ୍ତ ସାଗର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ଏକ ଅଭିଯାନ ହାତକୁ ନିଆଯାଇଛି । ଏହା ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ମନସ୍ୱନୀ ମହାରଣାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ କୋଭିଡ଼ ଯୋଦ୍ଧା ସରସ୍ୱତୀ ମହାକୁଡ଼, ‘ଦି ଇକୋ ୱାରିୟସ’ ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, ଅଖିଳ ତରାଇ, ପ୍ରଣବ ପ୍ରଧାନ, କରୁଣାକର ରେଡ୍ଡୀ, ଦୁର୍ଗା ମାଧବ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ବେଳାଭୂମିରେ ପ୍ଲାଷ୍ଟିକ ଏଣେ ତେଣେ ନପକାଇ ଡ଼ଷ୍ଟବିନର ବ୍ୟବହାର କରିବା, ବେଳାଭୂମି ସ୍ୱଚ୍ଛତା ଅଭିଯାନରେ ସାମିଲ ପାଇଁ ପର୍ଯ୍ୟଟକଙ୍କୁ ପରିମଳ ସମ୍ବନ୍ଧରେ ସଚେତନତା କରିଥିଲେ । ଏହି ଅବସରରେ ୨୭୦ କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା । ପରେ ସବୁଜ ପରିବେଶ ବନୀକରଣ ନିମନ୍ତେ ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ ।

jittmm
Leave A Reply

Your email address will not be published.