“ଏକ୍‌ ପେଡ୍‌ ମା’ କେ ନାମ୍‌” ଅଭିଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବର୍ତ୍ତମାନ ପରିବେଶ ଦୂଷିତ ହୋଇ ପଡ଼ିବା ଯୋଗୁଁ ପ୍ରାକୃତିକ ପରିବତ୍‌ର୍ତ୍ତନ ହୋଇ ଦୈନନ୍ଦିନ ଜୀବନ ଯାପନରେ ତାର ପ୍ରଭାବ ପଡୁଛି । ତେଣୁ ଏ ସମସ୍ୟାର ସମାଧାନ ହେଉଛି ଅଧିକ ପରିମାଣରେ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନ କରିବା । ଏ ପରିପ୍ରେକ୍ଷୀରେ ପ୍ରତିବର୍ଷ ସରକାରୀ ତଥା ବେସରକାରୀ ସଂସ୍ଥା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଆସୁଛି । ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ପରିଚାଳନା କ୍ରମେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଖେଳପଡିଆ, ଅଙ୍ଗନବାଡି କେନ୍ଦ୍ର ପରିସର ତଥା ବାଟମଙ୍ଗଳା ମନ୍ଦିର ରାସ୍ତାପାର୍ଶ୍ଵରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ସମସ୍ତ ଶିକ୍ଷକ, ଅଙ୍ଗନବାଡି କର୍ମୀ, ଗ୍ରାମବାସୀ ଏବଂ ପଲ୍ଲୀ ଆଲୋକ ପାଠାଗାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.