oom

୧ ଜୁଲାଇରୁ ୩୦ ସପ୍ଚେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ପାଇଁ ୩ ମାସିଆ ଅଭିଯାନ ଆରମ୍ଭ କରିଛି ଆର୍ଥିକ ସେବା ବିଭାଗ

jsmm

ନୂଆଦିଲ୍ଲୀ, (ପିଆଇବି) : ବ୍ୟାଙ୍କ ସେବାରୁ ବଞ୍ଚିତ ବୟସ୍କଙ୍କ ପାଇଁ ପିଏମଜେଡିଓ୍ବାଇ ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା; ପିଏମଜେଜେବିଓ୍ବାଇ, ପଏମଏସବିଓ୍ବାଇ, ଏପିଓ୍ବାଇ ଅଧିନରେ ପଂଜୀକରଣ ବୃଦ୍ଧି କରିବା; ଅଭିଯାନର ଅନ୍ୟାନ୍ୟ ଲକ୍ଷ୍ୟ ହେଉଛି ଡିଜିଟାଲ ଠକେଇ ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ପାଇଁ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ୩୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ରାଜ୍ୟ ସରକାରୀ ଅଧିକାରୀ, ଏସଏଲବିସି ସଂଯୋଜକ, ବ୍ୟାଙ୍କର ଏବଂ ହିତାଧିକାରୀମାନେ ଯୋଗ ଦେଇଥିଲେ । ଗୁଜରାଟରେ, ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ଭାବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନ ୦୧.୦୭.୨୦୨୫ ରୁ ୩୦.୦୯.୨୦୨୫ (୩ ମାସ) ପର୍ଯ୍ୟନ୍ତ ଚାଲିବ, ଯାହା ଦେଶର ସମସ୍ତ ୨.୭୦ ଲକ୍ଷ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ । ଏହି ଅଭିଯାନରେ ଏହି ସମୟ ମଧ୍ୟରେ ନିମ୍ନଲିଖିତ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ:
କ) ସମସ୍ତ ସଞ୍ଚୟ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ପୁନଃ କେୱାଇସି (ଯେଉଁଠାରେ ବାକି ରହିଛି)
ଖ) ପିଏମଜେଡିୱାଇ ଅଧୀନରେ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ବୟସ୍କଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବା ।
ଗ) ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ) ରେ ପଂଜୀକରଣ ।
ଘ) ଡିଜିଟାଲ ଠକେଇର ନିବାରଣ, ଦାବି କରାଯାଇନଥିବା ଜମାରାଶି ପ୍ରାପ୍ତିର ଉପାୟ ଏବଂ ଅଭିଯୋଗ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ।
ଙ) ଖାତାଗୁଡ଼ିକରେ ନାମାଙ୍କନ ଅପଡେଟ୍ କରିବାର ସୁବିଧା (ଯେଉଁଠାରେ ବାକି ରହିଛି) । ପରିପୂର୍ଣ୍ଣତା ଅଭିଯାନର ପ୍ରଥମ ଦିନରେ ଦେଶବ୍ୟାପୀ ୨୦୮୭ଟି ଗ୍ରାମ ପଞ୍ଚାୟତରେ ଶିବିର ଆୟୋଜିତ ହୋଇଥିଲା । ଦେଶବ୍ୟାପୀ ହିତାଧିକାରୀମାନଙ୍କଠାରୁ ଶିବିରଗୁଡ଼ିକୁ ଭଲ ପ୍ରତିକ୍ରିୟା ମିଳିଥିଲା ।

jittmm
Leave A Reply

Your email address will not be published.