
ଆଗଲପୁର, (ବିମଳେନ୍ଦୁ ସାହୁ): ବ୍ଲକ ନଅଗାଁ (ଖ) ଏବଂ ଝରନିପାଲିଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ କୃଷି ଅଧିକାରୀ ଦେବପ୍ରିୟ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ନଅଗାଁ (ଖ) ସରପଞ୍ଚ ବୃନ୍ଦାବନ ସେଠ, ଝରନିପାଲି ସରପଞ୍ଚ ସୁନିତା ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ବଲାଙ୍ଗିରରୁ ଡ଼. ପି.କେ. ପଧାନ (କେବିକେ କୃଷି ବୈଜ୍ଞାନିକ), ମନୋଜ କୁମାର ବାରିକ(ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର) ରଜନୀ କୁମ୍ଭାର, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ(ମୃତ୍ତିକା ଓ ଜଳ ବିଭାଜକ ଉନ୍ନୟନ ବିଭାଗ, ପ୍ରମୋଦ କୁମାର ବଡ଼ପଣ୍ଡା (କୃଷି ଜ଼ିଲ୍ଲା ଅଧିକାରୀ) ସୁଦର୍ଶନା କର (କୃଷି ସହକାରୀ ଯନ୍ତ୍ରୀ, କୃଷି ବିଜ୍ଞାନ କେନ୍ଦ୍ର ) ସୁଶ୍ରୀ ଶ୍ରାବଣି ମହାପାତ୍ର (ସହକାରୀ ଉଦ୍ୟାନ କୃଷି ଅଧିକାରୀ ) ପ୍ରମୁଖ ଯୋଗ ଦେଇ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ଜଳଛାୟା ପ୍ରକଳ୍ପ ଓ ପଶୁ ସମ୍ପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଓ ସବସିଡି ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ । ଏଥି ସହିତ ଚାଷୀ ମାନଙ୍କୁ ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା, ବିହନ ବିଶୋଧନ, ଜୈବିକ ପଦ୍ଧତି କୃଷି ଉପରେ ପ୍ରାଥମିକତା ଦେବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ସରକାରୀ କୃଷି ଯୋଜନାରେ ଚାଷୀ ଅବଗତ ହୋଇ ଲାଭାନ୍ୱିତ ହୋଇ ପାରିବା ଉଦ୍ଦେଶ୍ୟ ନେଇ ଏହି ସଭାର ଆୟୋଜନ ହୋଇଥିଲାହରିହର ହଂସ (ଏଟିଏମ), ବୈକୁଣ୍ଠ ଜଗତ (ଗ୍ରାମ୍ୟ କୃଷି ଅଧିକାରୀ), ବସନ୍ତ କୁମାର ଛୁରିଆ (ଗ୍ରାମ୍ୟ କୃଷି ଅଧିକାରୀ), ସନ୍ତୋଷ ମେହେର, ଅଚ୍ୟୁତ କୁମ୍ଭାର, ସୁଜାତା କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।