oom

ବୁକୁରାମୁଣ୍ଡାରରେ ଫାଇଲେରିଆ ନିରାକରଣ ଅଭିଯାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫାଇଲେରିଆ ନିରାକରଣ ଅଭିଯାନ କାର୍ୟ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁକୁରାମୁଣ୍ଡାର ସଭାଗୃହ ପରିସରରେ ଦୁଇଗୋଟି ପର୍ୟ୍ୟାୟରେ ସମୁଦାୟ ୮୫ ଜଣ ଔଷଧ ସେବନ ପ୍ରଦାନକାରୀଙ୍କୁ ବେଶ ପ୍ରାଞ୍ଜଳ ଭାବେ ତାଲିମ ପ୍ରଦାନ କରାଯାଇଥିଲା । ଲିମଫେକଟିକ୍ ଫାଇଲେରିଆ ନିରାକରଣ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ତାଲିମ ପ୍ରଦାନ କରିଥିଲେ ତାଲିମ ଦାତା ଶ୍ରୀ ରବିନ୍ଦ୍ର ମୋହନ ଦାଶ । କିଭଳି ଭାବେ ଘରକୁ ଘର ଯାଇ ଲୋକଙ୍କୁ ସମ୍ମାନ ସହକାରେ ବୁଝାଇ ଲୋକଙ୍କୁ ନିଜେ ଔଷଧ ଖୁଆଇବେ ସେ ସମ୍ପର୍କରେ ଔଷଧ ପ୍ରଦାନ କାରୀ ଆଶା କର୍ମୀ, ଅଙ୍ଗନୱାଡି କର୍ମୀଙ୍କୁ ଶ୍ରୀ ଦାଶ ବୁଝାଇଥିଲେ । ଉକ୍ତ କାର୍ୟ୍ୟକ୍ରମ ଆସନ୍ତା ତା:-୨୫.୦୨.୨୦୨୧ରୁ ଆରମ୍ଭ ହୋଇ ତା.୦୬.୦୩.୨୦୨୧ରେ ସମାପନ ହେବ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟଯେ, ଏଥିରେ ୨ବର୍ଷରୁ କମଛୁଆ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବେ ଅସୁସ୍ଥଥିବା ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି । ଶ୍ରୀ ଦାଶ କହିଥିଲେ ଯେ, କମ୍ପ ଜ୍ୱର ହେବା, ଗୋଡହାତ ଘୋଳାବିନ୍ଧା ହେବା, ଚର୍ମରେ ଲାଲ ଲାଲ ହୋଇ ଫୁଳିଯିବା ଫାଇଲେରିଆର ପ୍ରାଥମିକ ଲକ୍ଷଣ ଅଟେ ବୋଲି ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ପରିଦର୍ଶିକା ମେରିୟମ କୁଲୁ, ତଦାରକ କମିଟୀ ଭାବେ ଉପନୀତ ହୋଇଥିବା ମହିଳାସ୍ୱାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାଶ, କଲ୍ୟାଣୀ ଶବର, ରଞ୍ଜିତା ଦାଶ, ଖୁଦେଶ୍ୱରୀ ପ୍ରଧାନ, ସରୋଜିନୀ ପଟେଲ, ଜେମାଦେଇ ବିଶ୍ୱାଳ, ସସ୍ମିତା ବେହେରା, ତୋଫାନ ଚରଣ ମହନ୍ତ, ସୁନିଲ ରଣା, ସତ୍ୟଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.