oom

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ : ଶୁଭାରମ୍ଭ କଲେ ଅନଙ୍ଗ ଉଦୟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ବିଜେପି ଦଳ ସଭ୍ୟ ସଂଗ୍ରହ ଅଭିଯାନ କରୁଥିବା ବେଳେ ବିଜୁ ଜନତା ଦଳ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ବରିଷ୍ଠନେତା ଅନଙ୍ଗ ଉଦୟ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ପେଲେସ ଲାଇନ୍‌ ସ୍ଥିତ ମୀନା ଟେଣ୍ଟ ହାଉସ ଠାରେ ବିଜେଡି ଦଳ ପକ୍ଷରୁ ଆୟୋଜିତ ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡିର ବରିଷ୍ଠନେତା ଅନଙ୍ଗ ଉଦୟ ସିଂହଦେଓ, ଜିଲ୍ଲା ସଭାପତି ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନୀରଞ୍ଜନ ବିଶି, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେର, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂଭୋଇ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଦେଓଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ଯୁବସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡିର ସଭାପତି ସୁମନ ନନ୍ଦ, ବରିଷ୍ଠ ନେତା ଅଜୟ ଦାସ, ପାଣ୍ଡବ କୁମ୍ଭାର, ଭବାନୀଶଙ୍କର ହୋତା, କୈଳାଶ ମହାନ୍ତି, ଭଗବାନ ବଗର୍ତ୍ତି, ମୁରିବାହାଲର ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ପ୍ରଭାସ ପାଣିଗ୍ରାହୀ, ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ମହେନ୍ଦ୍ର ବାଗ, ଗୁଲାବ ବାଗ, ନୀହାର ସ୍ୱାଇଁ, ସାଗର ସଙ୍ଗମ ଶତପଥି, ଚନ୍ଦ୍ରମଣି ତ୍ରିପାଠୀ, ଗୋପାଳ ଦାନୀ, ଦେବଦତ୍ତ ବେହେରା, ବିଭୁତି ମିଶ୍ର, ରମେଶ ବେହେରା, ଲେଙ୍କା ସାହୁଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ, ଓ କାଉନସିଲର, ସରପଞ୍ଚ, ସମିତି ସଭ୍ୟ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେଇଥିଲେ । ରାଜ୍ୟସ୍ତରରେ ହେଉଥିବା ସଭ୍ୟସଂଗ୍ରହ ଅଭିଯାନର ଏଲ୍‌ଇଡି ମାଧ୍ୟମରେ ଲାଇଭ ଟେଲିକାଷ୍ଟ ହୋଇଥିଲା । ବଲାଙ୍ଗିର ଜିଲ୍ଲାରେ ବିଜେଡି ରେକର୍ଡ ସଂଖ୍ୟକ ସଭ୍ୟ ସଂଗ୍ରହ କରିବାକୁ ଯୋଜନା କରିଛି ବୋଲି ବରିଷ୍ଠନେତା ଅନଙ୍ଗ ଉଦୟ ସିଂହଦେଓ ଓ ଜିଲ୍ଲା ସଭାପତି ଟୁକୁନୀ ସାହୁ କହିଛନ୍ତି ।

jittmm
Leave A Reply

Your email address will not be published.