jayashree

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି କିପରି ଶୃଙ୍ଖଳିତ ଏବଂ ଚାପ ମୁକ୍ତ ହୋଇ ଛାତ୍ରୀମାନେ ବୋର୍ଡ଼ ପରୀକ୍ଷା ଦେବେ ଏ ଉପରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାର ମୁଖ୍ୟ ଅତିଥି ଥିଲେ ବିଦ୍ୟାଳୟର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ । ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ସେବକ ସେଠ ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଉଷା ଦାସ ଧନ୍ୟବାଦ ଅର୍ପଣ କରଥିଲେ । ସଭାରେ ୬୮ ଜଣ ଅଭିଭାବକଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.