centurian jitm

ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ, ନୃସିଂହନାଥ ଏସଏସଡି ହାଇସ୍କୁଲରେ ଶୁକ୍ରବାର ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ସମାଜସେବୀ ବଡ ଶତପଥୀ, ସମ୍ମାନିତ ଅତିଥିଭାବେ ଅଶ୍ୱିନୀ ସାହୁ, ମୁଖ୍ୟବକ୍ତା ଭାବେ ବିଜୟ ଶଙ୍କର ଦେହୁରୀ ଯୋଗଦେଇ ଥିଲେ । ସଭା ଆରମ୍ଭରୁ ଭଗବାନ ନୃସିଂହନାଥଙ୍କ ଫୋଟଚିତ୍ରରେ ଦୀପ ପ୍ରଜ୍ୱଳନ କରି ଅତିଥି ମାନେ ସ୍କୁଲର ଉନ୍ନତି ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ସୁଖମୟ ପାଇଁ ପ୍ରାର୍ଥନା କରିଥିଲେ । ଅତିଥି ମାନେ, ଅବିଭାବକ ମାନଙ୍କୁ ସ୍କୁଲର ସମସ୍ତ କାମରେ ଅଂଶୀଦାର ହୋଇ ସ୍କୁଲକୁ ଉନ୍ନତି ଦିଗରେ ଆଗେଇ ନେବାପାଇଁ ମତବ୍ୟକ୍ତ ରଖିଥିଲେ । ସ୍କୁଲର ବିଭିନ୍ନ ଇଭେଣ୍ଟ ମାନଙ୍କରେ ଓଡିଶା ସ୍ତରରେ ପୁରସ୍କାର ପାଇଥିବା ଛାତ୍ରୀ ଓ ଛାତ୍ରୀ ମୀନା କୁମାରୀ କଲେତ, ପିଙ୍କି ଭୋଇ, ଶାଶ୍ଵତା ଭୋଇ, ସୁପ୍ରିୟା ସୁନା, ମାମିନା ବାଗ, ପ୍ରକାଶ ବରିହା, ଛବିଳ ଭୋଇ ପ୍ରମୁଖ ନିଜର ଅଭିଜ୍ଞତା ବର୍ଣନା କରିଥିଲେ । ସଭା ପରିଚାଳନା ଉଛବ ଭୋଇ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଅନ୍ନଭୋଗ ପାଇବା ପାଇଁ ନିମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.