ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ଲଳିତ ମୋହନ ମହାକୁରଙ୍କ ୭୦ ବର୍ଷ ବୟସରେ ଗତ ରାତ୍ରିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଗତ ରାତିରେ ଅଚାନକ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ହୃଦଘାତ ସନ୍ଦେହ କରି ବୁର୍ଲା ମେଡିକାଲକୁ ରେଫର୍ କରିଥିଲେ । ବୁର୍ଲା ନେବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଶାଖାରେ ଶାଖା ପରିଚାଳକ ଭବରେ ଦକ୍ଷତାର ସହିତ କାର୍ଯ୍ୟକରି ଗତ ୨୦୧୪ ମସିହାରେ ଅବସର ନେଇଥିଲେ । ଅବସର ଗ୍ରହଣ ପରେ ସେ ଦକ୍ଷିଣ ପଶ୍ଚିମ ଓଡିଶାର ୧୭ ଟି ଜିଲ୍ଲାକୁ ନେଇ ଗଠିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘର କୋଷାଧ୍ୟକ୍ଷ ଭାବରେ ସାଙ୍ଗଠନିକ କାମକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ । ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତୀ, ପୁତ୍ର ଅନୁପ, ପୁତ୍ରବଧୂ ବେବିସ୍ମିତା ଏବଂ କନ୍ୟା ଗୋପା ଉପସ୍ଥିତ ଥିଲେ । ମୃତ୍ୟୁ ଖବର ଶୁଣି ତାଙ୍କ ପେଲେସ ଲାଇନ୍ ସ୍ଥିତ ବାସଭବରେ ବହୁ ବିଶିଷ୍ଠ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଆଜି ଟିଟିଲାଗଡ଼ ରୋଡ ସ୍ଥିତ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ଅନୁପ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!