oom

ବଲାଙ୍ଗିର ମାଲଗୋଦାମ ପଡାରେ ଅଭାବନୀୟ ଘଟଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲଗୋଦାମ ପଡାରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ପ୍ରାଣ ହରାଇଲେ ଦୁଇ ଭାଇଭଉଣୀ । ବଲାଙ୍ଗିର ସହରର ମାଲଗୋଦାମ ପଡାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଗତକାଲି ରାତି ଘରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଥିବା ବେଳେ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଶକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ କେଉଁ ବିଷାକ୍ତ ସାପ କାମୁଡିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିିଁ ।

jittmm
Leave A Reply

Your email address will not be published.