ବଲାଙ୍ଗିର, (କେପିଏନ୍ଏସ୍) : ଦଶମ ଶ୍ରେଣୀର ଛାତ୍ର ଅର୍ଗନ । ବୟସ ମାତ୍ର ୧୫ ବର୍ଷ । ହେଲେ ବିଧିର ବିଧାନ କିଛି ଅଲଗା । ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯିବାରୁ ସେଠାରେ ଲିମ୍ପୋମା ଟ୍ୟୁମର ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ପରେ ତାହା କ୍ୟାନସର ବୋଲି ଜଣାପଡ଼ିଥିଲା । ବର୍ତ୍ତମାନ ଭୁବନେଶ୍ୱରରେ ଛଅମାସ ହେଲାଣି ଏମ୍ସରେ ଚିକିତ୍ସା ଚାଲିଛି । ଅର୍ଥ ଅଭାବ ଏଥିରେ ବଧା ହେଇଥିବାରୁ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି । ସମ୍ବଲପୁରର ୧୫ ବର୍ଷର ବାଳକ ଆର୍ଗନ କୁମାର ନାଏକ । ସମ୍ବଲପୁର ଜଗନ୍ନାଥ କଲୋନୀର ଜିତା ନାଏକଙ୍କ ଗୋଟିଏ ମାତ୍ର ପୁଅ ଆର୍ଗନ । ଛଅ ମାସ ତଳେ ହୃଦ୍ଘାତରେ ସ୍ଵାମୀଙ୍କୁ ହରାଇଛନ୍ତି । ଉଭୟଙ୍କ ବିବାହ ପରେ ପରିବାର ଲୋକ କେହି ପଚାରୁ ନାହାନ୍ତି । ସ୍ୱାମୀ ଚାଲିଯିବା ପରେ ଏକ ଘରୋଇ ସଂସ୍ଥାରେ ନାଚ, ଗୀତ ଓ ସିଲେଇ ଶିଖାଇ ପୁଅକୁ ପାଠ ପଢ଼ାଇବା ସହ ପରିବାର କଷ୍ଟମଷ୍ଟେ ଚଳାଇ ନେଉଥିଲେ । କିନ୍ତୁ ଗତ କିଛି ମାସ ହେବ ତାଙ୍କ ପୁଅ ଅସୁସ୍ଥ ହେବାରୁ ସମ୍ବଲପୁରର ଏକ ଘରୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡ଼ାକ୍ତର ଏହା କ୍ୟାନସର ବୋଲି କହିଥିଲେ । ଏହା ଜାଣିବା ପରେ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ଗଲେ । ଛଅମାସରୁ ଅଧିକ ହେବ ଚିକିତ୍ସା ଚାଲିଥିବାରୁ ବର୍ତ୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ପାଖରେ ଥିବା ସଞ୍ଚୟ ଟଙ୍କା ଚିକିତ୍ସାରେ ସରିଯାଇଛି । ପରିବାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ କେହି କିଛି ସାହାଯ୍ୟ କରୁନାହାନ୍ତି । ଏକ ମାତ୍ର ରୋଜଗାରକ୍ଷମ ସ୍ୱାମୀ ମଧ୍ୟ ଆଉ ନାହାନ୍ତି । କୌଣସି ସରକାରୀ ଯୋଜନାରେ ଏବେ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ମିଳି ନାହିଁ । ଯଦି କେହି ସହୃଦୟ ବ୍ୟକ୍ତି ସହାୟତା କରନ୍ତି, ତେବେ ଅର୍ଥ ଅଭାବରୁ ତାଙ୍କ ପୁଅ ଆର୍ଗନ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବାକୁ ବିନମ୍ର ଅନୁରୋଧ କରିଛନ୍ତି । ରାଜ୍ୟ ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହାନ୍ତି ତେବେ ମୋବାଇଲ ନମ୍ବର ୮୧୧୪୯୮୬୩୬୫ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
Next Post