oom

ପଦ୍ମପୁର ଏବିଡିଓ ସୋନୁ ବାଗଙ୍କ ବଦଳି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କଲେ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ପଦ୍ମପୁର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନୁ ବାଗଙ୍କ ପତ୍ନୀ ସାବିତ୍ରୀ ବାଗ ବିଜୁ ଜନତା ଦଳ ପକ୍ଷରୁ ପଦ୍ମପୁର ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ତାଙ୍କ ସ୍ୱାମୀ ସୋନୁ ବାଗ ଗତ ୩ ବର୍ଷରୁ ଅଧିକ ସମୟ ଧରି ପଦ୍ମପୁର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ସୂଚନା ଅନୁସାରେ ସୋନୁ ବାଗ ଗତ ଏକ ଦଶନ୍ଧି ଧରି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏବଂ ତା’ ପରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ୩ ବର୍ଷରୁ ଅଧିକ ସମୟ ଧରି ବରଗଡ଼ ଜିଲ୍ଲାରେ କାର୍ୟ୍ୟ କରି ଆସୁଛନ୍ତି । ତାଙ୍କ ପତ୍ନୀ ପଦ୍ମପୁର ଏନଏସିର ଚେୟାରମ୍ୟାନ୍ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପଦ୍ମପୁର ଏନ୍‌ଏସିରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ତାଙ୍କୁ ତୁରନ୍ତ ବରଗଡ ଜିଲ୍ଲାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଉଚିତ୍ ବୋଲି ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ପଦ୍ମପୁର ବ୍ଲକରେ ସରକାରୀ କାର୍ଯ୍ୟାଳୟରେ ଥିବା ବ୍ୟକ୍ତିମାନେ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ରହିବେ ଏବଂ ତାଙ୍କ ପତ୍ନୀଙ୍କ ବିଜୟ ପାଇଁ ଅଯଥା ପ୍ରଭାବ ପକାଇବେ ବୋଲି ତୁରନ୍ତ ତାଙ୍କୁ ପଦ୍ମପୁର ଠାରୁ ଅନ୍ୟତ୍ର ବଦଳି କରିବା ନିମନ୍ତେ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.