ପ୍ରଧାନଶିକ୍ଷକ ବିରାଜ ମହାନ୍ତିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କର୍ଲାପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରାଜ କୁମାର ମହାନ୍ତି ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ଯୋଗଦେଇ ତାଙ୍କୁ ଫାଇନାଲ ପେନସନ ଏବଂ ଡିସିଆର୍‌ଜି ପ୍ରଦାନ କରିଥିଲେ । ଶ୍ରୀ ମହାନ୍ତିଙ୍କ ଶିକ୍ଷାଦାନ ପ୍ରତି ପ୍ରତିବଦ୍ଧତା, ବିଦ୍ୟାଳୟ ପ୍ରତି ସମର୍ପଣ ମନୋଭାବ ଥିଲା । ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶ୍ରୀ ମହାନ୍ତି ଶିକ୍ଷକ ସମାଜରେ ଜଣେ ବଳିଷ୍ଠ ସଂଗଠକ ତଥା ମୁରିବାହାଲ ବ୍ଲକ ଶିକ୍ଷକ ସଂଘର ଦୀର୍ଘବର୍ଷ ଧରି ସମ୍ପାଦକ ଥିଲେ । ସେ ଗତ ତା ୩୦/୩/୧୯୯୫ରେ ତେନ୍ତୁଳୀଖୁଣ୍ଟି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ହୋଇ ମାର୍ଚ୍ଚ ୨୦୦୬ରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାପିଟା ବଦଳି ହୋଇ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ଦକ୍ଷତାର ସହିତ ପ୍ରତିବାଦନ କରି ତା ୩୧/୦୧/୨୫ ଦିନ ନିଜ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଜଣେ ମେଳାପୀ ଛାତ୍ରବତ୍ସଳ ପରୋପକାରୀ ଶିକ୍ଷକ ଥିଲେ । ସେ ବିଭିନ୍ନ ସଂଗଠନ ସହ ଓତଃପ୍ରତଃ ଭାବରେ ଜଡିତ ଥିବାରୁ ଏହି ସମ୍ବର୍ଦ୍ଧନା ସଭାରେ
ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ପ୍ରମୁଖ ଭାବବିହ୍ଵଳ ହୋଇ ପଡ଼ିଥିଲେ । ତାଙ୍କର ଆଗାମୀ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି ସେମାନେ କାମନା କରିଥିଲେ । ଶ୍ରୀ ମହାନ୍ତିଙ୍କ ପାଖରେ ପଢ଼ିଥିବା ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ବାଜାବାଦ୍ୟ ସହ ନିଜ ଗାଁ ତେନ୍ତୁଳୀଖୁଣ୍ଟି ନିଜ ଘର ପର୍ଯ୍ୟନ୍ତ ଆଣି ଛାଡିଥିଲେ । ଗାଁରେ ପହଞ୍ଚିଲା ପରେ ସମସ୍ତ ଗ୍ରାମବାସୀ କୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ସ୍ୱାଗତ ସମ୍ବର୍ଦ୍ଧନା କରି ତାଙ୍କୁ ପାଛୋଟି ଆଣିଥିଲେ ।

Leave A Reply

Your email address will not be published.