ଛତରପୁର କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ

ଛତରପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛତରପୁରରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ଏହି ହସ୍ପିଟାଲର ନିର୍ମାଣ ବାଗେଶ୍ୱର ଧାମ ସରକାର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ କରାଉଛନ୍ତି । ପ୍ରଧାନମନ୍ତ୍ରୀ ବାଗେଶ୍ୱର ଧାମରେ ‘ବାଲାଜୀ କ୍ୟାନସର ଇନିଷ୍ଟିଚ୍ୟୁଟ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ର ଡିଜିଟାଲ ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ । କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ଅବସରରେ ଧିରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଖାସ ଉପହାର ଦେଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବାଗେଶ୍ୱର ଧାମ ସରକାର କହିଛନ୍ତି ଯେ ଏହି ହସ୍ପିଟାଲର ନିର୍ମାଣ କାମ ଆମେ ୨ରୁ ୩ ବର୍ଷ ମଧ୍ୟରେ ଶେଷ କରିବୁ । ସେ କହିଛନ୍ତି ଯେ ଏହି ହସ୍ପିଟାଲକୁ ଆମେ ମେଡିକାଲ କଲେଜ କରିବାକୁ ମଧ୍ୟ ବିଚାର ରଖିଛୁ । ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ଏହି ହସ୍ପିଟାଲରେ ରୋଗୀଙ୍କୁ ଔଷଧ ସହିତ ଦୈବୀ କୃପା ମଧ୍ୟ ମିଳିବ । ଏହି ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାତାଙ୍କ ନାମରେ ଏକ ୱାର୍ଡ ମଧ୍ୟ ରହିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ କହିଥିଲେ । ଏହି ଯୋଜନାରେ ଗରିବ ଲୋକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ମିଳୁଛି । ଏହି ଯୋଜନା ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟଷ୍କଙ୍କ ନିମନ୍ତେ ମଧ୍ୟ ସୁବିଧା ଥିବାର କହିଛନ୍ତି ।

Leave A Reply

Your email address will not be published.