
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନର ଆବାସିକ କଲୋନୀରେ ଅବସ୍ଥାପିତ ଶ୍ରମଶକ୍ତି ବିଦ୍ୟାପୀଠ (ହାଇସ୍କୁଲ)ର ବରିଷ୍ଠ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ଇତିମଧ୍ୟରେ ଅବସର ଗ୍ରହଣ କରିସାରିଛନ୍ତି । ଗତ ୩୦ ତାରିଖରେ ତାଙ୍କୁ ଏକ ଭବ୍ୟ ସମାରୋହରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ, ଷ୍ଟାଫଙ୍କ ଗହଣରେ ତାଙ୍କୁ ଉଚ୍ଛ୍ଵସୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେହିପରି ବୁଧବାର ଦିନ ୧୯୯୮ ମସିହା ବେଚ୍ ପକ୍ଷରୁ ଅନୁଷ୍ଠାନର ଯୋଗ୍ୟତମ୍ ଛାତ୍ରୀ ଦୀପ୍ତିମାଳା ସେଠୀ ଓ ତୃପ୍ତିମାଳା ସେଠୀଙ୍କ ଦ୍ଵାରା ଏହି ଅବସରଗ୍ରହଣ କାଳୀନ ଭିତ୍ତିରେ ଏକ ସ୍ୱତନ୍ତ୍ର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ହୋଇଥିଲା । ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଜୀବନ ଅତିବାହିତ କରି ଏହି ଗୁରୁମାଙ୍କ ଗାରିମା ଉପରେ ପ୍ରତିପାଦନ କରି ତାହାଙ୍କ ଜନପ୍ରିୟତା ଉପରେ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାର୍ଥୀମାନେ ବଡ଼ଗୁରୁମା ଭାବେ ସମ୍ବୋଧନ କରି ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।