1234

ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଭେଙ୍ଗରାଜପୁର ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ ସୁରେନ୍ଦ୍ର ସାହୁଙ୍କ ଅବସର ସଭା ପାଇକମାଲ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଝାରୀ, ବଡ଼ ବାବୁ ରାଜ କିଶୋର ଭୁଏ, ବରିଷ୍ଠ କିରାଣୀ ତୁଷାର ପ୍ରଧାନ, ପ୍ରିୟରଞ୍ଜନ ତ୍ରିପାଠୀ, ଅଙ୍କିତ ବହିଦାର, ଚିନ୍ମୟୀ ଯୋଗୀ, ଚାଷୀ ପ୍ରତିନିଧି ବିନୋଦ ବିଶ୍ୱାଳ ଓ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ବରିକେଲ ଗ୍ରାମରେ ଜନ୍ମିତ ଆରଆଇ ସୁରେନ୍ଦ୍ର ସାହୁ ଜଣେ ମେଳାପୀ ତଥା ନିଷ୍ଠାବାନ କର୍ମଚାରୀ ଥିଲେ । ସେ ଚାକିରୀ ଜୀବନରେ ବହୁ ସଂଘର୍ଷକରି ପ୍ରତିଷ୍ଠିତ ହୋଇ ପାରିଥିବା କହିବା ସହ ନବପିଢ଼ିଙ୍କୁ ନୀତି ଓ ଆଦର୍ଶରେ ଚଳିବା ପାଇଁ ଉପଦେଶ ଦେଇଥିଲେ । ସମସ୍ତ କର୍ମଚାରୀ ବୃନ୍ଦ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ଓ ପଦ୍ମପୁର ସ୍ଥିତ ବାସଭବନକୁ ପାଛୋଟି ଆଣିଥିଲେ । ପ୍ରକାଶ ଥାଉକି ବରଗଡ଼ ଜିଲ୍ଲା ଗଠନ ହେବା ଦିନ ପରେ ଅନେକ ଜିଲ୍ଲାପାଳଙ୍କ ସହିତ ତାଙ୍କ ରେସରେ କାମ କରି ଅନେକଙ୍କର ପ୍ରିୟଭାଜନ ହୋଇପାରିଥିଲେ । ପରିବାରର ସମସ୍ତେ ମଧ୍ୟ ସମ୍ବର୍ଦ୍ଧନା କରି ଅବସରପର ଜୀବନର କୁଶଳ ମନାସି ଥିଲେ ।

Leave A Reply

Your email address will not be published.