om academy

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

jsm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀଙ୍କୁ ଜଣେ ଭବ୍ୟ ଆୟୋଜନ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ମାଝୀ ୪୨ ବର୍ଷର ଶିକ୍ଷକତା ସାଙ୍ଗରେ ଏକ ଅଧିକାରୀ ଭାବରେ ମଧ୍ୟ ନିଜର କର୍ମ ନିଷ୍ଠା ଓ ସମୟାନୁବର୍ତ୍ତିତାର ପରିଚୟ ଦେଇ ଶିକ୍ଷାକୁ ସର୍ବୋପରି ଭାବି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ ରଖି ପାରିଥିଲେ । ତାଙ୍କର ଶିକ୍ଷକତା ଜୀବନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଭିନ୍ନ ଗତିଶୀଳ ଶିକ୍ଷାନୁଷ୍ଠାନ ମାନଙ୍କରେ ନିଜକୁ ଜଣେ ଆଦର୍ଶ ଶିକ୍ଷକ ଭାବରେ ପରିଚୟ ରଖିପାରିଥିଲେ । ଜୟପାଟଣା ବିଇଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ସଭା ବିଇଓ ପ୍ରେମ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଏବିଇଓ ସୁରେନ୍ଦ୍ର ମୋହନ ଯୋଶୀ, ପ୍ରଭାତ ଖମାରୀ, ବିଦାୟୀ ଅଧିକାରୀ ଟିକେଚନ୍ଦ୍ର ମାଝୀ, ବଡ଼ବାବୁ ଶୋଭାରାମ ଜାଲ, ସଂଗଠନ ମନ୍ତ୍ରୀ ଲଳିତ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀଯୁକ୍ତ ମାଝୀଙ୍କ ସାଙ୍ଗରେ ଅବସର ଗ୍ରହଣ କରିଥିବା ଅନ୍ୟ ଦୁଇ ଶିକ୍ଷକ ଋଷି ମଣି ବାଣୁଆ, ଦୁର୍ଯ୍ୟୋଧନ ବାଗଙ୍କୁ ମଧ୍ୟ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସଙ୍ଗେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ବ୍ଲକରେ ସର୍ବୋଚ୍ଚ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ମୁଖିଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୌମ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସିଆର୍‌ସିସି ସିଦ୍ଧାର୍ଥ ମିଶ୍ର, ତାପସ ପଣ୍ଡା ବରିଷ୍ଠ ସହାୟକ ବିଶ୍ଵନାଥ ପାଢ଼ୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସିଆର୍‌ସିସି ଅନନ୍ତ ନାରାୟଣ ପଣ୍ଡା ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.