ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତର କନ୍ଦଉଲବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦୟ ଶଙ୍କର ବାଗଙ୍କ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଦୀର୍ଘ ସେବା ଜୀବନରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରି ଏହି ସଭାରେ ଶିକ୍ଷକମଣ୍ଡଳୀ, ଅଭିଭାବକ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ହୋଇ ତାଙ୍କୁ ଭାବବିହ୍ୱଳ ବିଦାୟ ଜଣାଇଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦୟ ଶଙ୍କର ବାଗଙ୍କ ଶିକ୍ଷା ପ୍ରତି ନିଷ୍ଠା, କର୍ମଠତା ଓ ଶିଷ୍ୟମାନଙ୍କ ପ୍ରତି ସ୍ନେହଭାବକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ତାଙ୍କର ପରିଶ୍ରମ ଓ ସୁଚିନ୍ତିତ ପରିଚାଳନାରେ ବିଦ୍ୟାଳୟ ଶିକ୍ଷା ଓ ଶୃଙ୍ଖଳାରେ ଅଗ୍ରଗତି କରିଛି । ସଭାରେ ବିଆର୍‌ସିସି ନାରାୟଣ ଭୋଇ, ଏବିଇଓ ନରେନ୍ଦ୍ର ସାହୁ, ସିଆର୍‌ସିସି ବାଳକୃଷ୍ଣ ନାଗ, ଶିକ୍ଷକ ସଂଘ ସଭାପତି ବୈକୁଣ୍ଠ ଭୋଇ, ସମ୍ପାଦକ ପ୍ରକାଶ କୁମାର ପଣ୍ଡା, ସିଆର୍‌ସିସି ହରେକୃଷ୍ଣ ନାଗ, ପର୍ଶୁରାମ ମୁଣ୍ଡା, ସ୍ୱପ୍ନା ସେଠ, ମନମୋହନ ପୁଟେଲ, ବିକାଶ ଚନ୍ଦ୍ର ସାହୁ, ଦିଲ୍ଲୀପ ବେହେରା ଓ କମିଟି ସଭାପତି ଦର୍ଶନ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସଭାରେ ସୁବିନ୍ଦ୍ର ନାଏକ, ସନ୍ଧ୍ୟାରାଣୀ ସାହୁ, ରାକେଶ କୁମାର ମଲ୍ଲିକ, ନିରଞ୍ଜନ ମାଝୀ ଓ ବାଞ୍ଛାନିଧି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିଶକେଲା ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.