ସତ୍ୟବାଦୀ ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଧଣ୍ଡାମାଳ ଗ୍ରାମପଞ୍ଚାୟତର ସତ୍ୟବାଦୀ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜକୁମର ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଯୋଷୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକର ପୂର୍ବତନ ବି.ଆର୍‌.ସି.ସି. ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ୟାମସୁନ୍ଦର ଦାଶ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ଦାଶ, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ପ୍ରତିଷ୍ଠାତା ସଂପାଦକ ଆର୍ତ୍ତବନ୍ଧୁ ମିଶ୍ର, ପୂର୍ବତନ ସଭାପତି ସତ୍ୟବାଦୀ ମହାକୁର, କବିଦାସ ମଲ୍ଲିକ ଯୋଗ ଦେଇଥିଲେ । ଶିକ୍ଷକ ରାଧେଶ୍ୟାମ ପଧାନ ଅତିଥି ପରିଚୟ ପ୍ରଦାନ ସହ ସଂଯୋଜନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କଣ୍ଡୁରୀ ଚରଣ ରାଉତ, ଡମନ ପୋଢ, ଚନ୍ଦ୍ରମଣି ଭାଟି, ପରିଚାଳନା କମିଟି ସଭ୍ୟ କାର୍ତ୍ତିକ ପଧାନ, ଲମ୍ବୋଦର ନାଏକ, କିରାଣୀ ଚିତ୍ତରଞ୍ଜନ ମିଶ୍ର, ଅବସରପ୍ରାପ୍ତ ପୂର୍ବତନ କର୍ମଚାରୀ ନାରାୟଣ ଷାଣ୍ଢ, ଜଗନ୍ନାଥ ପଧାନ, କବିରାଜ ଭୋଇ, ସଦାନନ୍ଦ ବାଗ ତଥା ଉପସ୍ଥିତ ସମସ୍ତ ଅତିଥି ଅବସରପ୍ରାପ୍ତ କର୍ମଚାରୀଙ୍କର ସ୍ମୃତିଚାରଣ କରିବା ସହ ତାଙ୍କର କର୍ତ୍ତବ୍ୟପରାୟଣତା ତଥା ଛାତ୍ରବତ୍ସଳତା ଉପରେ ଆଲୋକପାତ କରିଥିଲେ । ପରେ ଏକ ଭାବବିହ୍ୱଳ ମୁହୂର୍ତ୍ତରେ ତାହାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.