centurian jitm

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ୫୦ ବର୍ଷ ପୂର୍ତ୍ତି ଅବସରରେ ଅର୍ନ୍ତଜାତୀୟ ସମ୍ମିଳନୀ ଏବଂ ଆଲୁମିନଟ୍ ମିଟ୍

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସର୍ବପ୍ରଥମ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ଦୀର୍ଘ ୫୦ ବର୍ଷର ଗରିମାମୟ ଇତିହାସକୁ ଏକ କାର୍ଯ୍ୟକ୍ରମର ଉତ୍ସବ ମଧ୍ୟରେ ଉପଲବ୍ଧି କରିବାର ଉଦ୍ୟମରେ ଏକ ଅର୍ନ୍ତଜାତୀୟ ସମ୍ମିଳନୀ ଓ ପୂର୍ବ ଛାତ୍ରଛାତ୍ରୀ ମାନଙ୍କର ସମାବେଶର ଆୟୋଜନ କରାଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପୃଷ୍ଠପୋଷକତାରେ ଚଳିତ ମାସ ୧୪ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବିଭିନ୍ନ ଅତିଥି, ଶିକ୍ଷାବିତ୍ ଓ ପୂର୍ବ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଗ ଦେବେ । ଡିସେମ୍ବର ୧୪ ତାରିଖରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବାଞ୍ଚଳ ଗଣମାଧ୍ୟମ ସଂସ୍ଥାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେବେ । ମୁଖ୍ୟ ବକ୍ତା ଭାବେ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବି. ପି ସଞ୍ଜୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା ଓ ସମ୍ମିଳନୀର ପୃଷ୍ଠପୋଷକ ପ୍ରଫେସର ଗଣେଶ ସେଠୀ ମଞ୍ଚରେ ଉପସ୍ଥିତ ରହିବେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସମାବେଶ ବିଭାଗକୁ ଉତ୍ସବମୁଖର କରାଇଛି । ଏହି ସମାବେଶ ଆଗକୁ ଛାତ୍ରଛାତ୍ରୀ ମାନଙ୍କର ନିଯୁକ୍ତି, ତାଲିମ, ଇଣ୍ଟର୍ନସିପ କ୍ଷେତ୍ରରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.