oom

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଦଳୀମୁଣ୍ଡା ପରିସର ମଧ୍ୟରେ ପ୍ରଧାନଶିକ୍ଷକ ଟିକୁନୁ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ରାଜବୋଡ଼ାସମ୍ବର ବ୍ଲକ ଚେୟାରମେନ୍ ତଥା ଗାଁର ଗୌନ୍ତିଆ ସରୋଜ କୁମାର ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବରେ ଓ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ, ବିଶିକେସନ ଶତପଥୀ ଏବଂ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ସଦାନନ୍ଦ ପୁରୋହିତ, ସ୍କୁଲ ଚେୟାରମେନ୍ ବୈଲୋଚନ ବେଣ୍ଟକାର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରୁ ବିଘ୍ନରାଜ ଶ୍ରୀଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଶିକ୍ଷକ ଗୋବିନ୍ଦ ଭୋଇ ଅତିଥି ପରିଚୟ ପ୍ରଦାନ, ଶିକ୍ଷୟତ୍ରୀ ମମତାଜ୍ ବେଗମନିସା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ ମନୋଜ ପଣ୍ଡା ସଂଯୋଜନା କରିଥିଲେ । ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ନୀଳିମା ସୁନା, ଶ୍ରୀମତୀ ଗୀତାଞ୍ଜଳି ସାହୁ ତଥା ନିମନ୍ତ୍ରିତ ଅତିଥିମାନେ ଶ୍ରୀ ସାହୁଙ୍କ ଗୁଣଗାନ କରିବା ସହ ତାଙ୍କର ଭବିଷ୍ୟତ ଜୀବନ ନିରୋଗ ଓ ଆନନ୍ଦମୟ ହେବା ପାଇଁ କାମନା କରିଥିଲେ । ସ୍କୁଲ ତଥା ବିଭିନ୍ନ ସଙ୍ଘ ଓ ନିମନ୍ତ୍ରିତ ଶିକ୍ଷକ ମଧ୍ୟରେ ପୁରେନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ନାଥ, କ୍ଷୀରସିନ୍ଧୁ ସୁନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ମୋହନ ଦାସ, ଭରତ ସାହୁ, ଅଶୋକ ବହିଦାର, ଶାନ୍ତନୁ ସରାଫ, ନବୀନ ତ୍ରିପାଠୀ, ଚନ୍ଦ୍ରଭାନୁ ବଡ଼ଗୁଛିଆ ପ୍ରମୁଖ ଶ୍ରୀ ସାହୁଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ସିଆର୍‌ସିସି ମନୋଜ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଗ୍ରାମ୍ୟ ପରିକ୍ରମା କରାଯାଇ ତାଙ୍କ ଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମଟି ଗ୍ରାମ୍ୟ କମିଟି ଓ ଗାଁର ବିଭିନ୍ନ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ।

jittmm
Leave A Reply

Your email address will not be published.