oom

ଅବସର କାଳୀନ ସମ୍ବର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରୀଡ଼ ସବଷ୍ଟେସନ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ ଶତପଥି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅଥିତି ଭାବରେ ୟୁନିଅନ ଲିଡର ଭରତ ଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ ଜେଇ ମନୋଜ କୁମାର ମେହେର, ଅମରେଶ କନ୍ଦ, ସତ୍ୟବ୍ରତ ମାଝି, ଜଗବନ୍ଧୁ ପୋଥାଳ ଯୋଗଦେଇ ଅବସର ନେଇ ଥିବା ଲାଇନମେନ ଦିବାକର ଗାଡ଼ତିଆଙ୍କ ବିଷୟରେ ନିଜସ୍ୱ ମତବ୍ୟକ୍ତ କରି ବା ସହ ଶ୍ରୀ ଗାଡ଼ତିଆଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ସମସ୍ତ ବିଦ୍ୟୁତ କର୍ମଚାରୀ ଏକତ୍ରିତ ହୋଇ ଲାଇନମେନ ଗାଡ଼ତିଆଙ୍କୁ ସମୟ ସମୟରେ ଆସି ଦିଗଦର୍ଶନ ଦେବାପାଇ ଅନୁରୋଧ କରିବା ସହ ତାଙ୍କର ଅନୁପସ୍ଥିତ ଆମ ପାଇ ଦୁଃଖ ଦାୟକ ବୋଲି ମତ ରଖି ଥିଲେ । ଶେଷରେ ଶଶାଙ୍କ ଶେଖର ସାହୁ ଧନ୍ୟବାଦ ଦେଇଥିବା ବେଳେ ସୁଧାକର ଗାଡ଼ତିଆ ଉପସ୍ଥିତ ସମସ୍ତଙ୍କୁ ଆୟୋଜନ ହୋଇଥିବା ଭୋଜି ଖାଇବାକୁ ନିମନ୍ତ୍ରଣ କରିଥିଲେ ।

jittmm
Leave A Reply

Your email address will not be published.