ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା କମିଟିର ସଭାପତି ଭୁମନ୍ୟୁ ସାହୁ, ଗ୍ରାମ୍ୟ କମିଟିର ସଭପତି ବିଶିକେଶନ୍ ଗହୀର, ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ପଟ୍ଟନାୟକ, କପିଳେଶ୍ୱର ବଡ ଗୁଛିଆ, ସନାତନ ସାହୁ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଏହି ସଭାରେ ଗ୍ରାମର ଭଦ୍ରବ୍ୟକ୍ତି ପରମେଶ୍ୱର ସାହୁ, ବଳରାମ ସାହୁ, ଅଭିମନ୍ୟୁ ସାହୁ, ଲେଖ ବେହେରା, ହେମଚନ୍ଦ୍ର ଭୋଇ, ମନ ବେହେରା, ଦେବରାଜ ସାହୁ, ପ୍ରତାପ ସାହୁ, ଲକ୍ଷପତି ବେହେରା, ଟଙ୍କଧର ସାହୁ, ଦାମୋଦର ସାହୁ, ସୁବାଷ ଚନ୍ଦ୍ର ସାହୁ, ପ୍ରସନ୍ନ ସାହୁ, ଶ୍ୱେତ କୁମାର ପଟେଲ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିଙ୍କ ସହ ମା ମଙ୍ଗଳା ଏସ୍ଏଚଜି ଗ୍ରୁପ୍ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶ୍ରୀ ଗଣେଶ ଓ ମା ସିଦ୍ଧିଦାତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିବା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତେ ଶ୍ରୀ ସାହୁଙ୍କ ଗୁଣଗ୍ରାମ ବର୍ଣ୍ଣନା କରିବା ସହ ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ମିତ୍ରଭାନୁ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଓ ଶେଷରେ ଲେଖ୍ରୁ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀ ସାହୁ ସ୍କୁଲ ପରିସର ମଧ୍ୟରେ ଏକ ବଉଳ ଚାରା ସ୍ମୃତି ସ୍ମାରକୀ ସ୍ୱରୂପ ରୋପଣ କରିଥିଲେ । ପରିଶେଷରେ ଏକ ଶୋଭାଯାତ୍ରରେ ଶ୍ରୀ ସାହୁଙ୍କୁ ଗ୍ରାମ୍ୟ ପରିକ୍ରମା କରାଇ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା ।
Next Post