om academy

ଅବସର ଗ୍ରହଣ କଲେ ଫରେଷ୍ଟ ରେଞ୍ଜର କେଶବ କିଶୋର ନାୟକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୯ ବର୍ଷ ନିଜର କୁଶଳ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଆଜି କାର୍ଯ୍ୟରୁ ଅବସର ନେଇଛନ୍ତି ଫରେଷ୍ଟ ରେଞ୍ଜର କେଶବ କିଶୋର ନାୟକ । ନିଜର କାର୍ଯ୍ୟକାଳ ଅବଧି ଭିତରେ ଜଙ୍ଗଲ ସୁରକ୍ଷାକୁ ମୂଳମନ୍ତ୍ର କରିଥିବା ନାୟକ ଅନେକ ଗୁଡିଏ ଜଙ୍ଗଲ ମାମଲା ରୁଜ୍ଜୁ କରି ଚୋରି ଓ ଚୋରଙ୍କୁ ନିୟନ୍ତ୍ରଣ କରିବାରେ ଦକ୍ଷ ସାବ୍ୟସ୍ତ ହୋଇଥିଲେ । ସେ ଜଣେ ଅତ୍ୟନ୍ତ ସରଳ ଏବଂ ବନ୍ୟଜନ୍ତୁ ପ୍ରିୟ ଅଧିକାରୀ ଅଟନ୍ତି । ବିଭାଗରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ବଲାଙ୍ଗିରରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷ୍ୟନୁଷ୍ଠାନ ସହ ସମନ୍ୱୟତା ରକ୍ଷା କରି ବୃକ୍ଷରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶିକ୍ଷିତ ତଥା କର୍ମଜୀବୀ ମହଲରେ ଅନେକ ପ୍ରସଂଶା ସାଉଁଟିଛନ୍ତି । ତାଙ୍କୁ ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳର ଅଦ୍‌ଭୂତପୂର୍ବ ରୂପାନ୍ତରଣର ବିନ୍ଧାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ତାଙ୍କ ଭୂମିକା ଅତୁଳନୀୟ । ଆଜି ତାଙ୍କ ଚାକିରିରୁ ଅବସର ଦିନରେ ତାଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ।

Leave A Reply

Your email address will not be published.