ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଇରପାଲିଠାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ସଭାପତି ବିଜୁଳିବତୀ ଯୁଏଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସନ୍ଧ୍ୟାରାଣୀ ଧରୁଆ ଏବିଇଓ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ପାଢୀ, ମନୋଜ କୁମାର ଅଗସ୍ତି ତଥା ମୁଖ୍ୟବକ୍ତା ଭାବେ ସଦେଇପାଲି ସି.ଆର.ସି.ସି. ନିରାକାର ସାଏ ଯୋଗ ଦେଇଥିଲେ । ବିଦ୍ୟାଳୟ ଶିକ୍ଷା କମିଟିର ସଭ୍ୟ ସଭ୍ୟା, ଅଭିଭାବକଗଣ, ଗ୍ରାମବାସୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ କମଳ ଲୋଚନ ସାହୁ ଓ ସହ ଶିକ୍ଷୟତ୍ରୀ ଜନତା ଭୋଇଙ୍କ ସଂଯୋଜନା ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭା ପରିଚାଳନା ହୋଇଥିଲା । ଉକ୍ତ ସଭାରେ ପଡୋଶୀ ବିଦ୍ୟାଳୟ ଡୁମେରପାଲିର ପ୍ରଧାନ ଶିକ୍ଷୟତ୍ରୀ ସୁନନ୍ଦିନୀ ମିଶ୍ର ଓ ରିନ୍‌ବଚନର ସହ ଶିକ୍ଷୟତ୍ରୀ ନିହାରୀକା ତ୍ରିପାଠୀଙ୍କ ସହିତ ଧୀବର ବିଶ୍ୱାଲ, ବିନାୟକ ପଟେଲ, ମହେନ୍ଦ୍ର ନାଗ, ସୌଭାଗ୍ୟବନ୍ତ ନାୟକ ଆଦି ଶିକ୍ଷକ ଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!