ବଡ଼ମାଲ ଗୋଳାବାରୁଦ କାରଖାନାରେ ଗୋଟିଏ ଦିନରେ ଅବସର ନେଲେ ୧୫ ଜଣ କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଳା ସ୍ଥିତ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜୁଲାଇ ୩୧ ତାରିଖ ଦିନ ଏକା ସାଙ୍ଗରେ ୧୫ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ଏହି ୧୫ଜଣଙ୍କ ମଧ୍ୟରୁ ଜୁନିଅର ୱାର୍କସ ମ୍ୟାନଜର ମେକାନିକାଲ ସୁଶାନ୍ତ ଖମାରୀ ତାଙ୍କର ୩୩ବର୍ଷ ଚାକିରି ଜୀବନ ସମୟରେ ନିଜର ଦକ୍ଷତା ଓ ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନା କରି ପାରିଛନ୍ତି । ଅବସର ନେବା ସମୟରେ କାରଖାନା ପରିସରରେ ଶତାଧିକ କର୍ମଚାରୀ ଓ ବନ୍ଧୁବର୍ଗ ଶ୍ରୀ ଖମାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମର୍ଦ୍ଧନା ଦେଇଥିଲେ । ଏହାପରେ ଶ୍ରୀ ଖମାରୀଙ୍କୁ କାରଖାନାର ଗେଟ୍ ନମ୍ୱର ୦୨ଠାରୁ ଶତାଧିକ କ୍ରମଚାରୀ ମାନେ ଏକ ମୋଟର ସାଇକେଲ ରେଲିରେ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇ ଆସିଥିଲେ । ତାଙ୍କ ବାସଭବନରେ ଉପସ୍ଥିତ ଶତାଧିକ କର୍ମଚାରୀ ଓ ବନ୍ଧୁବର୍ଗ ଶ୍ରୀ ଖମାରୀଙ୍କୁ ଭବ୍ୟ ସମର୍ଦ୍ଧନା ଦେଇଥିଲେ ।

Leave A Reply

Your email address will not be published.