ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

କେନ୍ଦୁଝର : ଘଟଗାଁ ବ୍ଳକର ସର୍ବ ପୁରାତନ ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ସାହୁ ଅବସର ଗ୍ରହଣ କରିଛନ୍ତି । ଏଥି ସକାଶେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ମୁକୁନ୍ଦପୁର ପାଟଣା ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କ କର୍ମମୟ ଜୀବନର ସୃତିକୁ ମନେ ପକାଇ ଥିଲେ । ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ନାଥ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଅବସର କାଳୀନ ଜୀବନର ସମୃଦ୍ଧି କାମନା କରାଯାଇଥିଲା ।

Leave A Reply

Your email address will not be published.