oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ଅଭିଯୋଗ : ଆମରଣ ଅନଶନରେ ବସିବେ ହିତାଧିକାରୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୦ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ଗରିବ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇକମାଲ ବ୍ଲକରେ ବ୍ୟାପକ ଅନିୟମିତତା ହେବା ସହ ପାଇକମାଲ ଥାନାରେ ଅନେକ ରିପୋର୍ଟ ମଧ୍ୟ ଦିଆ ଯାଇଥିବା ବେଳେ ତାର ତଦନ୍ତ ଚାଲିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିଲେ ମଧ୍ୟ ବାରମ୍ବାର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ସତ୍ତ୍ବେ କୌଣସି ଫଳ ନ ମିଳିବାରୁ ଏହି ଗ୍ରାମ ପଞ୍ଚାୟତର ବିଜାଡିହି ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ହିତାଧିକାରୀ ନାମ ତାଲିକା ଥିବା ସତ୍ବେ ୨୦ ହଜାର ଟଙ୍କାରେ ଅନ୍ୟ ମାନଙ୍କୁ ଘର ବିକ୍ରି କରି ଦେଇଥିବାର ଅଭିଯୋଗ ହୋଇଛି । ସରକାରୀ ଚାକିରିଆ ଏ ପରିକି ଅବିବାହିତ ମାନଙ୍କୁ ଲାଞ୍ଚ ଖାଇ ଆବାସ ଘର ବିକ୍ରି କରାଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହେଇଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୭ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜାଡିହି ଗ୍ରାମର ଯୋଗ୍ୟ ହିତାଧିକାରୀ ଯେଉଁମାନଙ୍କ ନାମ ତାଲିକା ଥିଲା ସର୍ବ ବିଶାଖା ସାହୁ, ତାଣ୍ତି ସାହୁ, ଚକ୍ର ମହିଁ, ସକୁନ୍ତଲା ମହିଁ, ଦୁର୍ଯ୍ୟୋଧନ ସାହୁ, ଜୟଦେବ ସାହୁ, ଝସକେତନ ସାହୁ, ହରିବୋଲ ସାହୁ ଆମରଣ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆମରଣ ଅନଶନରେ ବସିବା ନେଇ ହିତାଧିକାରୀ ମାନେ ବରଗଡ ଜିଲ୍ଲାପାଳ ଓ ୫ଟି ସଚିବଙ୍କୁ ଇମେଲ ଜରିଆରେ ସୂଚନା ଦେଇଥିବା ହରିବୋଲ ସାହୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.