oum

ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ଆବାସ ଯୋଜନାର ପଇସା ଖାଇଗଲେ ଜିଆର୍‌ଏସ୍‌

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଆବାସ ତାଲିକାରେ ନାମ ଥାଇ ମଧ୍ୟ ମିଳିନାହିିଁ ଘର । ଆଜି ଏଭଳି ଏକ ଅଭିଯୋଗ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ଶମ୍ଭୁପ୍ରସାଦ ବିଶି । ତାଙ୍କ କହିବା ଅନୁସାରେ ତାଙ୍କ ମାଆ ସୁଶୀଳା ବିଶିଙ୍କ ନାଁରେ ଆବାସ ଘର ଆସିଥିଲେ ସୁଦ୍ଧା ତାଙ୍କୁ ଘର ପ୍ରଦାନ କରାଯାଇ ନାହିଁ । ସେହିଭଳି ଗ୍ରାମର ଅନ୍ୟ ମାନଙ୍କ ଘର ମଧ୍ୟ ବାଟମାରଣା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଏଥିପାଇଁ ସେ ଗ୍ରାମ ପଞ୍ଚାୟତର ଜିଆର୍‌ଏସ୍‌ ସରୋଜ ତାଣ୍ଡି ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି କହିବା ସହିତ ପ୍ରଶାସନିକ ସ୍ତରରେ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.