ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ପରିତାପର ବିଷୟ ଯେ, ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ପଛପଟକୁ କାହାରି ନଜର ନାହିଁ । ଅଳିଆ ଆବର୍ଜନା ଗଦା ହୋଇଥିବା ବେଳେ କାର୍ଯ୍ୟାଳୟ ପଛପଟ ଝରକା ଉପରକୁ ମଧ୍ୟ ଅନାବନା ଘାସଲତା ମାଡ଼ି ଯାଇଥିବା ଦୃଷ୍ଟିକୁ ଆସୁଛି । ତେବେ ଖୋଦ୍‌ ଜିଲ୍ଲା ମୁଖ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଖପାଖ ଅଞ୍ଚଳର ଅବସ୍ଥା ଯଦି ଏଭଳି ରହିଛି ତେବେ ବଲାଙ୍ଗିର ସହରର ପରିମଳ ବ୍ୟବସ୍ଥା ଏଥିରୁ ଅନୁମାନ କରାଯାଇ ପାରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.