କେବେ ସୁଧୁରିବ ପରିମଳ ବ୍ୟବସ୍ଥା : ଡ୍ରେନରେ କୁଢ କୁଢ ଆବର୍ଜନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହର ଜନଗହଳି ପୂର୍ଣ୍ଣ ସହର ଭାବରେ ପରିଚିତ ଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ପାଇଁ ଏହି ସହର ଭରସା ପାଲଟିଛି । ତେବେ ଏଠାରେ ଜନସଂଖ୍ୟା ୭୦ ହଜାରରୁ ଅଧିକ । କିନ୍ତୁ ଦୁଃଖର ବିଷୟ, ପ୍ରତ୍ୟେକ ଦିନ ଲୋକେ ବ୍ଲକକୁ ଆସୁଥିବା ବେଳେ ରାଜରାସ୍ତା ଗୁଡିକ ଆବର୍ଜନାମୟ ହୋଇ ପଡ଼ି ରହିଥାଏ । ତେବେ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ସ୍ୱଚ୍ଛତା ପାଇଁ ଖର୍ଚ୍ଚ ହେଉଥିବା ବେଳେ ଏଠାରେ ସ୍ୱଚ୍ଛତା ବାଟବଣା ହେଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ସହରର ଡ୍ରେନ ଗୁଡିକରେ କୁଢ କୁଢ ଆର୍ବଜନା ଜମା ହୋଇ ରହୁଥିବାରୁ ଲୋକେ ବିଭିନ୍ନ ରୋଗର ଶିକାର ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି । ଅନେକ ଡ୍ରେନ ଗୁଡିକରେ ଢାଙ୍କୁଣି ନଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟୁଛି । ତେବେ ପ୍ରଶାସନ ପକ୍ଷରୁ ଡ୍ରେନ ସଫା ସୁତୁରା କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଉଛି, ହେଲେ କାଗଜ କଲମରେ ଚାଲିଥିବା ଅଭିଯୋଗ ହେଉଛି । ସବୁଠାରୁ ବଡ଼ କଥା ହେଲା, ଏହି ସହରରେ ବହୁ ପ୍ରଶାସିନକ ଅଧିକାରୀ ବସବାସ କରନ୍ତି, କିନ୍ତୁ କାହାର ମୁହଁରେ ଏ ସଂପର୍କରେ କଥା ପଦୁଟିଏ ମଧ୍ୟ ବାହାରି ପାରୁନାହିଁ । ସଇଁନ୍ତଲାର କଅଁସରପଡା, ଶଙ୍କରଚୋକ ପଡା, ଗୋପବନ୍ଧୁପଡା ଭଳି ଅନେକ ପଡାରେ ଡ୍ରେନ ଗୁଡିକରେ ଭରପୂର ଆବର୍ଜନା ରହିଛି । କିନ୍ତୁ ପ୍ରଶାସନ ପକ୍ଷରୁ ସଫା କରାଯାଉ ନଥିବା ଦେଖିବାକୁ ମିଳିିଛି । ତେବେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସ୍ୱଚ୍ଛତା ଦିଗରେ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.