om academy

ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ନିମନ୍ତେ ଜମି ଆବଣ୍ଟନ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ୧୩ ଗୋଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ନିମନ୍ତେ ଜମି ଆବଣ୍ଟନ କରାଯାଇଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୬ କୋଟି ଟଙ୍କା ବିନିଯୋଗ ହେବ । ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ ପାର୍କ, ସଫ୍ଟୱେର ପ୍ରସ୍ତୁତି ଓ ଡିଜିଟାଲ ମାର୍କେଟିଙ୍ଗ୍, ଖେଳ ସାମଗ୍ରୀ ପ୍ରସ୍ତୁତି ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ଦ୍ୱାରା ୮୬୦୦ ଜଣଙ୍କୁ ପ୍ରତ୍ୟକ୍ଷ ଏବଂ ୧୫ ହଜାର ଲୋକଙ୍କୁ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ମିଳିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.