ଭିଜିଲାନ୍ସ ଜାଲରେ ପଡ଼ିଲେ ଅବକାରୀ ବିଭାଗର ଯୁଗ୍ମ କମିସନର୍‌ ରାମଚନ୍ଦ୍ର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ବିଭାଗର ଯୁଗ୍ମ କମିସନର୍‌ ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଓଡ଼ିଶା ଭିଜିଲାନ୍ସର ୧୦ ଜଣ ଡିଏସ୍‌ପି, ୧୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ଟିମ୍‌ ଚଢ଼ାଉ ଜାରି ରଖିଛନ୍ତି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଥିବା ବେଳେ ଏକକାଳୀନ ଭାବରେ ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର ସମେତ ୧୦ଟି ସ୍ଥାନରେ ଚଢ଼ଉ ଚାଲିଛି । ବଲାଙ୍ଗିର ଠିକାଦାରପଡା ସ୍ଥିତ ରାମଚନ୍ଦ୍ର ମିଶ୍ରଙ୍କ ପୈତୃକ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆଜି ସକାଳେ ଏକ ୬ ଜଣିଆ ଟିମ୍ ବଲାଙ୍ଗିର ଠିକାଦାରପଡା ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ । ଘରେ ଥିବା ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଆଦି ଜବତ କରିଥିବା ଜଣାପଡିଛି । ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ । ପରେ ଏନେଇ ସବିଶେଷ ବିବରଣୀ ପ୍ରକାଶ ପାଇବ ।

Leave A Reply

Your email address will not be published.