ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ୍ତାହିକ “ଆୟୁଷ୍ମାନ ଭବଃ” ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀ ନଗର କ୍ଳବ ପରିସର ମଧ୍ୟରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆରମ୍ଭ କରାଯାଇଥିବା “ଆୟୁଷ୍ମାନ ଭବଃ ଅଭିଯାନ”ର ସପ୍ତାହ ବ୍ୟାପି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଏକ ସ୍ୱାସ୍ଥ୍ୟ ମେଳା ବଲାଙ୍ଗିର ସହରର ସ୍ଥାନୀୟ ଶାସ୍ତ୍ରୀନଗର ଯୁବକ ସଂଘ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ସହରାଞ୍ଚଳ ପରିତ୍ୟକ୍ତ ଅଂଚଳରୁ ପ୍ରାୟ ଏକ ଶହ ତିରିଶି ବିଭିନ୍ନ ବର୍ଗର ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ରକ୍ତ ଚାପ, ମଧୁମେହ, ଉଚ୍ଚତା, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଅଣସଂକ୍ରାମଣ ରୋଗର ଚିକିତ୍ସା ତଥା ପରୀକ୍ଷା କରାଯାଇଥିଲା । ଏହା ଛଡା ଭାରତ ଓ ଓଡିଶା ସରକାରଙ୍କ ମିଳିତ କ୍ରମରେ ପ୍ରାରମ୍ଭ କରାଯାଇଥିବା ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡକୁ ଆଭା-ପରିଚୟ ମାଧ୍ୟମରେ ନିର୍ଣ୍ଣୟ କରାଯାଇ, ଅଶି ଜଣ ହିତାଧିକାରୀଙ୍କ ଆୟୁଷ୍ମାନ କାର୍ଡ ତିଆରି କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ମେଳାରେ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ନିର୍ଦ୍ଧେଶକ ଓ ଚେୟାରମ୍ୟାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗଦାନ କରି ଆୟୁଷ୍ମାନ ଭବଃର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ଓ ଆସନ୍ତା ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ବିଶେଷ ଆୟୋଜନ ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଲୋକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.

error: Content is protected !!