oom

ମମିତା ମେହେରଙ୍କୁ ନ୍ୟାୟ ମିଳିବା ଏବଂ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ବହିସ୍କାର କରିବା ଦାବୀରେ ଆମ୍ ଆଦମୀ ପାର୍ଟି ତରଫରୁ କେଣ୍ଡେଲ ମାର୍ଚ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟା ମମିତା ମେହେରଙ୍କୁ ନ୍ୟାୟ ମିଳିବା ଏବଂ ରାଜ୍ୟ ଗୃହ ମନ୍ତ୍ରୀକୁ ବହିସ୍କାର କରିବ ଏବଂ ଘଟଣାର ସିବିଆଇ ତଦନ୍ତ କରାଯିବା ଦାବୀ ନେଇ ଗତକାଲି ଜିଲ୍ଲାପାଳ ଅଫିସ ସମ୍ମୁଖରେ ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ୍‌ର ଓଡିଶା ପ୍ରବକ୍ତା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ କେଣ୍ଡେଲ ମାର୍ଚ କରାଯାଇଛି । ପାଣ୍ଡେ କହିଥିଲେ ଓଡିଶାର ନବୀନ ପଟ୍ଟନାୟକ ସରକାର ଚଳାଇବାରେ ବିଫଳ ହେଉଛନ୍ତି । ଆଗରୁ ପରି ଘଟଣାରେ ତାଙ୍କ ମନ୍ତ୍ରୀ ସମ୍ପୃକ୍ତ ଥିଲେ, କିଛି କରିଲେ ନାହିଁ । ବର୍ତ୍ତମାନ ମମିତା ମେହେର ଘଟଣାରେ ମଧ୍ୟ ତାଙ୍କ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି କିନ୍ତୁ ତାଙ୍କୁ ବଞ୍ଚାଇବାରେ ଲାଗିଛନ୍ତି । ଅପରାଧିମାନଙ୍କ ସଂସ୍ଥାକୁ ଲକ୍ଷ୍ୟ ଲକ୍ଷ୍ୟ ଅନୁଦାନ ଦେଉଛନ୍ତି । ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କ ରଙ୍ଗଶାଳକୁ ଗୃହମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ନବୀନ ସରକାର ସଡୟନ୍ତ୍ର କରୁଛନ୍ତି । ତେଣୁ ତାହା ଚଳିବନି ବୋଲି କହିଛନ୍ତି । ଆହୁରି କହିଛନ୍ତି ଯେ, ଘଟଣାର ସିବିଆଇ ତଦନ୍ତ କରାଯାଉ ଏବଂ ଦୋଷୀ ଗୋବିନ୍ଦ ସାହୁକୁ ଫାସି ଦଣ୍ଡ ଦିଆଯାଉ । ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦେବା ସହିତ ଦଣ୍ଡ ଦିଆଯାଉ ଏବଂ ପୀଡିତାଙ୍କ ପରିବାରକୁ ଏକ କୋଟି ଟଙ୍କା ନଗତ ଦିଆଯାଉ ଏବଂ ମମିତା ମେହେରଙ୍କୁ ନ୍ୟାୟ ଦିଆଯାଉ ନହେଲେ ଆମ୍ ଆଦମୀ ପାର୍ଟି ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ଶ୍ରୀ ପାଣ୍ଡେ । ଏହି କେଣ୍ଡେଲ ମାର୍ଚରେ ସୋସିଆଲ ମିଡିଆର ଅଶୋକ ସୁନା, ୟୁବା ନେତା ଆକାଶ ତ୍ରିପାଠୀ, ଅମାନ୍ କୁମାର ମହାପାତ୍ର, ବରିଷ୍ଠ କର୍ମୀ ଚୈତନ୍ୟ ମଟାରୀ, ଜୟପ୍ରକାଶ ମିଶ୍ର, ପ୍ରେମ ସେଠ, ନୀଳ ପଧାନ, ପଦ୍ମନାଭ ପଟେଲ, ନା ତରିଆ, ଆଶିଷ ଷଡଙ୍ଗୀ, ସୁବଳ ପୋଡ଼, ଦିଲ୍ଲିପ ପଧାନ, ନିରଞ୍ଜନ, ପ୍ରଦୀପ ମିଶ୍ର ଏବଂ ଅନ୍ୟ ସାଥୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.