jayashree

ଅମାନବୀୟ ଘଟଣା : ଧାର ଶୁଝି ନପାରିବାରୁ ତିନିଦିନ ଧରି ପଡ଼ିରହିଲା ଶବ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଏକ ଅମାନବିକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାତ୍ର ୪୦୦ଟଙ୍କା ଧାର ନେଇ ଶୁଝି ନଥିବାରୁ ମୃତ୍ୟୁ ପରେ ଶବକୁ କେହି ଛୁଇଁ ନଥିବା ବେଳେ ପ୍ରାୟ ୪୮ଘଣ୍ଟାରୁ ଅଧିକ ସମୟ ଧରି ଶବ ପଡ଼ି ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଜୟନଗର ପଣସକୁଦର ଗାଁର ସୋମା ହେମରମ ଦୀର୍ଘ ବର୍ଷ ପୂର୍ବେ ସମାଜ ପାଣ୍ଠିରୁ ଧାର ନେଇଥିବା ବେଳେ ଅଭାବ ଅନାଟନ ଯୋଗୁଁ ପରିଶୋଧ କରି ପାରିନଥିଲେ । ତାଙ୍କ କିଡ଼୍‌ନି ଫେଲ୍‌ ଯୋଗୁଁ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଶବସଂସ୍କାର କରିବାକୁ ଜାତି ଭାଇ ଆସି ନଥିଲେ । ସୁଧମୂଳ ସହ ୧୨ ହଜାର ଟଙ୍କା ଓ ଜୋରିମାନା ୨୫ହଜାର ଟଙ୍କା ପଇଠ ନକଲେ ଶବସଂସ୍କାର କରାଯିବ ନାହିଁ ବୋଲି ଜାତି ସମାଜ ପକ୍ଷରୁ କୁହାଯାଇଥିଲା । ପରେ ପୋଲିସର ହସ୍ତକ୍ଷେପ ଓ ୩୫ହଜାର ଟଙ୍କା ଜାତି ଭାଇଙ୍କୁ ଦେବା ପରେ ତିନିଦିନ ଉତ୍ତାରୁ ଶବ ଉଠିଥିବା ଜଣାପଡ଼ିଛି ।

Leave A Reply

Your email address will not be published.