ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାରା ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଆମ ବ୍ୟାଙ୍କ ସେବା ସରକାର ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ପାଇଁ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଗ୍ରାମାଞ୍ଚଳର ବୃଦ୍ଧ, ବିକଳାଙ୍ଗ, ଗର୍ଭବତୀ ମହିଳା ଏବଂ ଏସ୍ଏଚ୍ଜି ଗୃପର ମହିଳାମାନେ ବ୍ୟାଙ୍କ ସେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ଆମ ବ୍ୟାଙ୍କ ଦ୍ୱାରା ଲୋକମାନେ ୧୫ଗୋଟି ବ୍ୟାଙ୍କିଙ୍ଗ ସେବା ପାଇବାକୁ ଉପଲବ୍ଧ ଥିବା ବେଳେ ଏବେ ୬ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କସେବା (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା) ଯୋଗାଇ ଦେବାକୁ ଆଗେଇ ଆସିଥିବା ଜଣାପଡିଛି । ରାଜ୍ୟରେ ୪୩୦୦ରୁ ଅଧିକ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ଥିବା ବେଳେ ଆଜି ୭୫୦ଟି ପଞ୍ଚାୟତରେ ସିଏସ୍ପି ପ୍ଳସ୍ ଶାଖା ଉଦ୍ଘାଟିତ ହେଉଛି । ଏହା ଦ୍ୱାରା ବୃଦ୍ଧ, ଗର୍ଭବତୀ ମହିଳା, ଏବଂ ଭିନ୍ନକ୍ଷମ, ଏସ୍ଏଚ୍ଜି ଗୃପ ମହିଳାମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିବା ସହିତ ମୋ ବ୍ୟାଙ୍କ ସେବାକୁ ଉଦ୍ଘାଟନ କରିଥିଲେ । ତେବେ ଡେଲାଙ୍ଗ ବ୍ଳକ ତିନୋଟି ପଞ୍ଚାୟତ ଆମ ବ୍ୟାଙ୍କ ଉଦ୍ଘାଟନ ହୋଇଥିଲା । ସୁଜନପୁର, ଗଡ଼ମୋଟରୀ ଓ ଜେନାପୁର ପଞ୍ଚାୟତ ପରିସରରେ ଆମ ବ୍ୟାଙ୍କ ସେବାରେ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ବିଡ଼ିଓ କ୍ଷିତିଶ ବେହେରା, ବ୍ଲକ କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ମଲ୍ଲିକ, ଜିଆରସେ ଜ୍ୟୋତି ରଞ୍ଜନ ରାୟ, ପିଇଓ ଲଷ୍ମୀଧର ଜେନା, ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଗଡ଼ମୋଟରୀ ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ଉତ୍ସବରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ସମିତି ସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ଉପସ୍ଥିତ ଥିଲେ । ସେହିପରି ଜେନାପୁର ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଉଦ୍ଘାଟନ ଉତ୍ସବରେ ବିଡ଼ିଓ କ୍ଷିତିଶ ବେହେରା, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ସରପଞ୍ଚ ବିଶ୍ୱନାଥ ପଟ୍ଟନାୟକ, ସମିତି ସଭ୍ୟା ସତ୍ୟଭାମା ଜେନା, ସହ ପିଇଓ, ଜିଆରସେ ଉପସ୍ଥିତ ରହିଥିଲେ । ତିନି ପଞ୍ଚାୟତର ସମସ୍ତ ଏସ୍ଏଚ୍ଜି ଗୃପର ମହିଳା ସଦସ୍ୟା, ଜିପିଏଲେଫ୍ କର୍ମକର୍ତ୍ତା ସମେତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।