oum

୧୬ଦଫା ଦାବୀ ନେଇ କଂଟାବାଂଜି ତହସିଲ ଅଫିସ ଘେରିଲେ ଆମ ଆଦମୀ ପାର୍ଟି

jsm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ସୁରଥ ବେହେରାଙ୍କ ନେତୃତ୍ୱରେ ଆଜି ୧୬ ଦଫା ଦାବୀ ନେଇ ତହସିଲ ଅଫିସ ଘେରାଓ କରାଯାଇଛି । ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ବାହାରି ତହସିଲ ଅଫିସ ସମ୍ମୁଖରେ ପ୍ରାୟ ସାଢେ ବାରଟାରେ ପହଂଚିଥିଲେ । ତହସିଲ ଅଫିସ ପହଂଚିଲା ପରେ ମୂଖ୍ୟ ଫାଟକ ସମ୍ମୁଖରେ ୧୬ଦଫା ଦାବୀ ନେଇ ନାରାବାଜି କରିବା ସହ ଧାରଣାରେ ବସିଥିଲେ । ୧୬ ଦଫା ଦାବୀ ମଧ୍ୟରେ ସହରରେ ବସବାସ କରୁଥିବା ଘରଡିହ ହୀନ ବସ୍ତି ବାସିନ୍ଧାଙ୍କୁ ଭୂମି ଅଧିକାର ଅଧିନିୟମ ୨୦୧୭ ସର୍ତବଳି ମତେ ଜାଗା ମିଶନରେ ଯୋଗ୍ୟ ପ୍ରମାଣ ପତ୍ର ଏନ୍‌ଏସି ତରଫରୁ ଦିଆଯାଇଛି ହେଲେ ଘରଡିହ କିମ୍ବା ଘର ଦିଆଯାଇ ନାହିଁ ତୁରନ୍ତ ସେମାନଙ୍କୁ ଘରଡିହ ସହ ନିର୍ମିତ ଘର ଦିଆଯାଉ । ନିର୍ବାଚନ ମଣ୍ଡଳିର କଂଟାବାଂଜି ସହର, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଥିବା ପଟ୍ଟାଦାରମାନଙ୍କୁ ଯଥା ଶିଘ୍ର ରୟତି ପଟ୍ଟା ଦିଆଯାଉ । କଂଟାବାଂଜିର ସବୁ ୧୬ଗୋଟି ୱାର୍ଡର ଜନସାଧାରଣଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉ । ସମସ୍ତ ସରକାରୀ ସ୍କୁଲରେ ପିଇବା ପାଣି, ଶୌଚାଳୟ, ଖେଳପଡିଆର ବ୍ୟବସ୍ଥା କରାଯାଉ । ସମସ୍ତ ସରକାରୀ ବିଦ୍ୟାଳୟ ସଫା ସୁତୁରା ରଖିବା ସହ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉ, କଂଟାବାଂଜି ସହରର ପ୍ରତ୍ୟେକ ୱାର୍ଡର ନାଳି, ରାସ୍ତା ସଫା କରାଯାଉ । ପମ୍ପୁଜ ତଲାବର ଶୀଘ୍ର ପୁନଃରୁଦ୍ଧାର କରାଯାଉ । କଂଟାବାଂଜିର ସାର୍ବଜନିକ ଓ ଜନଗହଳି ସ୍ଥାନରେ ଶୌଚାଳୟର ସୁବିଧା କରାଯାଉ । ରାଶନ କାର୍ଡରୁ ବାଦ ଥିବା ହିତାଧିକାରୀଙ୍କୁ ସଂଯୋଗ କରାଯାଉ । ସମସ୍ତ ପରିବାରକୁ ୨୦୦ ୟୁନିଟ ବିଜୁଲି ମାଗଣାରେ ଦିଆଯାଉ । ଯୋଗ୍ୟ ହିତାଦିକାରୀଙ୍କୁ ଭତା ଦିଆଯାଉ । ବିଧାବା, ବାର୍ଦ୍ଧକ୍ୟ, ଭୀନ୍ନକ୍ଷମ ଓ ଅସହାୟ ହିତାଧିକାରୀଙ୍କୁ ୫୦୦ଟଙ୍କା ଭତା ବଦଳରେ ଅନ୍ୟ ରାଜ୍ୟ ଭଳି ୨୫୦୦ ରୁ ୩୦୦୦ ଟଙ୍କା କରାଯାଉ । ସହରରେ ଥିବା ବୁଲା ଗାଈ ଗୋରୁ, କୁକୁର ଦ୍ୱାରା ଜନସାଧାରଣ ଆକ୍ରାନ୍ତର ଶିକାର ହେଉଛନ୍ତି ତାର ପ୍ରତିକାର କରାଯାଉ । ସହରରେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ସକାଳ ୮ରୁ ରାତି ୮ଟା ଯାଏ ଭାରିଯାନ ଚଳାଚଳକୁ ସହର ମଧ୍ୟରେ ପ୍ରବେଶ ନିଶେଧ କରିବା ସହିତ ବାଏ ପାସ ରାସ୍ତା ନିର୍ମାଣ କରାଯାଉ । କଂଟାବାଂଜି ୱାର୍ଡ ନଂ. ୧୪ରେ ଥିବା ମିନି ଷ୍ଟାଡିୟମକୁ ବ୍ୟବହାର ଉପଯୋଗୀ କରାଯାଉ । ରାସ୍ତା ଘାଟରେ ପନିପରିବା ବିକାଳିମାନେ ନିଜ ନିଜ ବ୍ୟବସାୟ କରୁଥିବାରୁ ସେମାନଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯାଉ । ଏହି ୧୬ଗୋଟି ଦାବୀକୁ ନେଇ ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ରତନଲାଲ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଏହି ଗଣ ଧାରଣରେ ସହରର ଶତାଧିକ ମହିଳା ପୁରୁଷ ସାମିଲ ରହିଥିଲେ । ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କଂଟାବାଂଜି ପୋଲିସଦ୍ୱାରା ବ୍ୟବସ୍ଥା କରାଯାଇଥିଲା । ଏହି ଖବର ଲେଖିବା ଯାଏ ସଂଧ୍ୟା ୫ଟା ଯାଏ କୌଣସି ପ୍ରତିଶୃତି ନ ମିଳିବାରୁ ବିକ୍ଷୋବକାରୀମାନେ ଆନ୍ଦୋଳନକୁ ଜାରି ରଖିବେ ବୋଲି ସୁରଥ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.