centurian jitm

୨ବର୍ଷ ମଧ୍ୟରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ : ଆଇନ୍‌ମନ୍ତ୍ରୀ

ଭୁବନେଶ୍ୱର : ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ । କୋରାପୁଟରେ ୨୭ ହାଜର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି । କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବର ଦଖଲ ହୋଇଥିଲା, ତାକୁ ଜବର ଦଖଲ ମୁକ୍ତ କରାଯାଇଛି । ୨୪ ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସଂଶୋଧିତ ଶତ୍ୱଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆର୍‌ଓଆର୍‌ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ ଟି ପ୍ରଦେଶ ରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି ।

Leave A Reply

Your email address will not be published.