oom

ଆଇନ ମହାବିଦ୍ୟାଳୟ ତରଫରୁ ମାସ୍କ ବଣ୍ଟନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ସାମାଜିକ ପ୍ରତିବଦ୍ଧତା ଯୋଗୁଁ ନୟାବଜାର ସ୍ଥିତ ଭବାନୀପୁର ଉତ୍ତମ ବସ୍ତି ଠାରେ ମାସ୍କ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଆଲୁମନି ଆସୋସିଏସନ୍‌ର କର୍ମକର୍ତ୍ତାଗଣ ସାମିଲ ହୋଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମାସ୍କ ବଣ୍ଟନ ସହ ଏହାର ବ୍ୟବହାର, ଉପକାରିତା ଓ ସାମାଜିକ ଦୂରତା ଉପରେ ଆଲୋଚନା କରିଥିଲେ । ପରିବେଶ ସୁରକ୍ଷା, ସ୍ୱଚ୍ଛତା ସହ ସରକାରଙ୍କ କରୋନା ଗାଇଡ୍ ଲାଇନକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଲୁମନି ଆସୋସିଏସନ୍‌ର ସଭାପତି ଡଃ.ସୁମନ ଦତ୍ତ, ଉପସଭାପତି ବବିତା ମହାପାତ୍ର, ସହସଂପାଦକ ଦେବାଶିଷ ମହାନ୍ତି, ଲୋକ ସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଅଧ୍ୟାପକ ତନ୍ମୟ ରାଜ ପାଢୀ, ଅଧ୍ୟାପିକା ଡଃ.ପ୍ରଜ୍ଞା ପରମିତା ପଣ୍ଡା, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଅଧ୍ୟାପକ ଡଃ.ଦ୍ୱିବେନ୍ଦୁ କୁମାର ପଣ୍ଡା, ଅଧ୍ୟାପିକା ଡଃ.ସଂପାଦିକା ମହାନ୍ତି, ରାମ ବଣିଆ, ନିତ୍ୟାନନ୍ଦ ବିଶୋଇ, ହୃଦୟ ରଂଜନ ମହାନ୍ତି, ନନ୍ଦ କିଶୋର ମହନ୍ତ, ଦେବକୀ କାରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅଧ୍ୟକ୍ଷ ଡଃ.ବେହେରା ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.