ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ତରଭା, (କେପିଏନ୍‌ଏସ୍‌) : ଆଦିବାସୀ ମହୋତ୍ସବ ପାଇଁ ତରଭା ବ୍ଲକ କମସରା ପଞ୍ଚାୟତ ଆଦିବାସୀ କମ୍ୟୁନିଟି ମଣ୍ଡପ ମହୁଲପାଲିଠାରେ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ ହୋଇଛି । ବ୍ଲକ ସଭାପତି ବଲଭଦ୍ର କୁଅଁରଙ୍କ, ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ କପୂର୍ଚ୍ଚନ ଭୋଇ, ତପନ କୁଅଁର କନ୍ଧ ସମାଜ ସଭାପତି ଶିବପ୍ରସାଦ କୁଅଁର, ଆଦିବାସୀ କଲ୍ୟାଣ ସଂଘର ସଦସ୍ୟ ସାଧବ କୁଅଁର ମୁରଲୀ କୁଅଁର, ଏକାଦଶିଆ ମଲ୍ଲିକ କୁଶଲେଶ୍ୱର ଝାଙ୍କର, ଦୁର୍ବାଦଳ ସାହୁ, ରାଜୀନ୍ଦ୍ର ଝାଙ୍କର, ବାନାମ୍ବର ଧରୁଆ , ଅଯୋଧ୍ୟା ଭୋଇ, ନୃପ ମଲ୍ଲିକ, ନନ୍ଦକିଶୋରେ ଝାଙ୍କର, ବ୍ୟାସ କାଇଣ୍ଡା ବିଷ୍ଣୁ ଭୋଇ, ନରେନ୍ଦ୍ର ଝାଙ୍କର, ପଙ୍କଜ ମାଝି ପ୍ରମୁ୍‌ଖ ଉପସ୍ଥିତ ଥିଲେ ଆସନ୍ତା ୧୯ ନଭେମ୍ବରରେ ତରଭା ବ୍ଲକରେ ଆଦିବାସୀ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ବ୍ଲକରେ ଆଦିବାଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରିବାକୁ ଆଳୋଚନା କରାଯାଇଥିଲା । ଶେଷରେ ରୋହିତ କୁଅଁର ଧନ୍ୟବାଦ ଦେଇଥିଲେ । ବୈଠକରେ ବ୍ଲକର ସମସ୍ତ ଆଦିବାସୀ କର୍ମକର୍ତ୍ତା ଉପସ୍ଥିତ ଥିାଲ ।

jittmm
Leave A Reply

Your email address will not be published.