ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ୪ର୍ଥତମ ଆୟାପ୍ପା ସ୍ୱାମୀଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ଜଣ ଆୟାପ୍ପା ସ୍ୱାମୀମାନେ ଯୋଗଦେଇ ଆୟାପ୍ପାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରି ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଥିଲେ । ଆଳତି, ବିଖ୍ୟାଦାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଶେଷକରି ଆକ ପୂଜା କୁନେଇ ସ୍ୱାମୀମାନେ ବାଦ୍ୟ ବଜାଣା ସହକାରେ ନୃତ୍ୟ ପରିବେଷଣ ପୂର୍ବକ ବିରାଟ ପାଟୁଆରରେ ପୁର୍ଣ୍ୟତୋୟା ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ଯାତ୍ରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସ୍ଥାନୀୟ ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ ଯୋଗଦେଇ ଆୟାପ୍ପା ସ୍ୱାମୀଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ ।
Next Post