୧୮ ଦିନ ହେଲା ଶଯ୍ୟାଶାୟୀ ଅଛନ୍ତି ପଞ୍ଚାୟତ ପିଅନ : ଲକ୍‌ ଡ଼ାଉନ୍‌ରେ ସାଜିଥିଲେ କରୋନା ଯୋଦ୍ଧା

ଦେଓଗାଁ, (ମନୀଷ କୁମାର ସାହୁ) : ଲକଡାଉନ ହେଉ କି ସଟଡାଉନ ସବୁବେଳେ ଆଗ ଧାଡ଼ିର କରୋନା ଯୋଦ୍ଧା ସାଜି ଲୋକଙ୍କୁ କରୁଥିଲେ ସଚେତନ । କିନ୍ତୁ ଅଜଣା ରୋଗରେ ପଡ଼ି ଛଟପଟ ହେଉଛନ୍ତି ଜଣେ ପଞ୍ଚାୟତ ପିଅନ । ୯ ମାସ ଧରି ଦରମା ପାଇଁ ନ ଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତରେ ପିଅନ ଭାବେ କାମ କରନ୍ତି ଏହି ଗାଁର ଈଶ୍ୱର ପଧାନ । ସେ ସବୁବେଳେ ପଞ୍ଚାୟତକୁ ଯିବା ଆସିବା କରି ନିଜ କାର୍ୟ୍ୟ ସମ୍ପାଦନ କରୁଥିଲେ । କିଛିଦିନ ହେଲା କୌଣସି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି । ଦୀର୍ଘ ନ ମାସ ଧରି କାର୍ୟ୍ୟ କରିଥିବା ଦରମା ଟିକିଏ ପାଇଁ ଜିଲ୍ଲାପାଳ କ୍ଷମତା ଉପଭୋଗ କରିଥିବା ସରପଞ୍ଚଙ୍କୁ ଗୁହାରୀ କଲେ ବି ଅସହାୟ ଭାବ ପ୍ରକାଶ କରୁଥିବା ଶ୍ରୀ ପଧାନଙ୍କ ପୁଅ ଅଭିଯୋଗ କରି କରିଛନ୍ତି । ଏପରିକି ଏହି ପଞ୍ଚାୟତର କାର୍ୟ୍ୟନିର୍ବାହୀ ଅଧିକାରୀ ବିରେନ୍ଦ୍ର ଛତ୍ରୀଆଙ୍କୁ କହିଲେ ଆଜି ହେବ, କାଲି ହେବ ବୋଲି ଦିନ ଗୋଡାଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି । ଏନେଇ ପଞ୍ଚାୟତ ଇଓ ଶ୍ରୀ ଛତ୍ରୀଆଙ୍କୁ ପଚାରିବାରୁ କେତେ ମାସର ଦରମା ପାଇବେ ଅଫିସ ଗଲେ କହି ହେବ, ଜିପି ଫ‌ଣ୍ଡରେ ଟଙ୍କା ଅଭାବ ଥିବାରୁ ପ୍ରତି ମାସ ଦେଇ ହେଉନି ତଥାପି ତିନି ମାସର ୭୫୦୦ଟଙ୍କା ଦିଆଯାଇଛି ବୋଲି କହିଛନ୍ତି । ଶଯ୍ୟାଶାୟୀ ହୋଇଥିବା ପିଅନଙ୍କ ପରିବାରକୁ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.