jayashree

ବାଲି ଚୋରା ଚାଲାଣକାରୀ‌ଙ୍କୁ ଅତିରିକ୍ତ ତହସିଲଦାରଙ୍କ ୭୦,୦୦୦ ଟ‌ଙ୍କା ଜରିମାନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ତହସିଲ ଅନ୍ତର୍ଗତ ଗଣ୍ଡତୁରୁମ ନଦୀରୁ ବାଲି ଚୋରା ଚାଲାଣ ହେଉଥିବା, କୌଣସି ସୂତ୍ରରୁ ଖବର ପାଇ ଭେଡେନ ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା ଓ ରୁଷୁଡା ଫାଣ୍ଡି ଅଧିକାରୀ ଗଣେଶ କଲେତ ଗଣ୍ଡତୁରୁମ ନଦୀ ନଦୀକୁ ଯାଇ ଥିଲେ, ସେଠାରେ ତିନୋଟି ହାଇୱା ଟ୍ରକ ଦେଖିବାକୁ ମିଳିଥିଲା, ଗୋଟିଏ ହାଇୱା ଟ୍ରକରେ ବାଲି ଲୋଡେଡ ଥିଲା ଓ ଅନ୍ୟ ଦୁଇଟି ବାଲି ଲୋଡ କରିବାକୁ ଅପେକ୍ଷା କରି ରହିଥିଲେ । ଏହି ସମୟରେ ଅତିରିକ୍ତ ତହସିଲଦାର ଟ୍ରକ ଚାଲକକୁ ବାଲି ଚାଲାଣ କାଗଜପତ୍ର ଯାଞ୍ଚ କରିଥିଲେ, ହେଲେ କୌଣସି କାଗଜପତ୍ର ଦାଖଲ କରି ନପାରିବାରୁ ଅତିରିକ୍ତ ତହସିଲଦାର ୭୦,୦୦୦ ଟ‌ଙ୍କା ଜରିମାନା ଆଦାୟ କରିଥିଲେ । ଏତାଦୃଶ କାର୍ୟ୍ୟ ଦେଖି ଅତିରିକ୍ତ ତହସିଲଦାର ଓ ପୋଲିସ ଅଧିକାରୀ‌ଙ୍କ କାର୍ୟ୍ୟକୁ ସାଧାରଣରେ ପ୍ରଶଂସନୀୟ ଆବଶ୍ୟକ ପଦକ୍ଷେପ ବୋଲି କହୁଛନ୍ତି, ଏହାସହିତ ବାଲି ଚୋରା ଚାଲାଣକାରୀ‌ଙ୍କର ମଧ୍ୟ ଭୟ ବାତାବରଣ ସୃଷ୍ଟି ହେଲାଣି । ଆଗାମୀ ଦିନରେ ଆହୁରି ବାଲି ଚୋରା ଚାଲାଣ କରୁଥିବା ଅମାନିଆ‌ଙ୍କୁୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆହୁରି ଚଢାଉ କରାଯିବ ଓ ବେଶି ପରିମାଣ ଜରିମାନା ଆଦାୟ କରାଯିବ ବୋଲି ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା କହିଛନ୍ତି ।

Leave A Reply

Your email address will not be published.