୫ ଲୁଟେରା ଗିରଫ : ଛୁରୀ, ବାଇକ ଏବଂ ମୋବାଇଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଗ୍ରାମର ଜନୈକ ବ୍ୟକ୍ତି ଉଷତଲାଲ ସାହୁ ନିଜର କୃଷି କାର୍ଯ୍ୟ ସଂପାଦନ କରିବା ପାଇଁ ଛତିଶଗଡ ରାଜ୍ୟ ବଲୋଦାରୁ ୧ ହଳ ବଳଦ ମିନି ଟ୍ରକ ଓଡି୧୭ ଏସ ୭୬୬୩ରେ ନେଇ ଆସୁଥିଲେ । ଜଗଦଲପୁର ଥାନା ଧଉରାଭଟା ଛକ ନିକଟରେ କେତେକ ଦୁର୍ବୃତ୍ତ ଛୁରୀ ଦେଖାଇ ଅଟକାଇ ଥିଲେ । ଉଷତଲାଲ, ପୁଅ ପ୍ରେମରାଜ ଓ ଡ୍ରାଇଭର ମୁକେଶ କୁମ୍ଭାରକୁ ଅନେକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାରିଦେବାକୁ ଉଦ୍ୟମ କରଇ ତାଙ୍କ ଠାରୁ ୩ହଜାର ଟଂକା ଲୁଟି ନେଇଥିଲେ । ଖବର ପାଇ ଝାରବନ୍ଧର କେତେକ ଯୁବକ ଜଣେ ଲୁଟେରାକୁ କାବୁ କରି ଜଗଦଲପୁର ଥାନାକୁ ନେଇଥିଲେ । ଅଭିଯୁକ୍ତ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ପୋଲିସ ଜଗଦଲପୁର ଗ୍ରାମର ପୁରନ୍ଦର ସରାଫ, ଗୁଡ୍ଡୁ ପଟେଲ, ଅଜୟନ୍ତ ବାଗ, ଯଶୋବନ୍ତ ପଟେଲ, ହେମାନନ୍ଦ ପଟେଲକୁ ଗିରଫ କରିଛି । ତାଙ୍କ ଠାରୁ ଛୁରୀ, ୩ହଜାର ଟଂକା, ଗୋଟିଏ ମୋବାଇଲ ଓ ଘଟଣାରେ ବ୍ୟବହୃତ ବାଇକ ଓଡି୦୩ ଏଫ ୯୩୯୫, ଓଡି ୧୭ ଏମ ୮୩୭୮, ଓଆର ୦୩ ଜି ୪୮୨୩କୁ ଜବତ କରିଛି । ଥାନା କେଶ ନଂ-୫୯/୨୦୨୧ ଧାରା ୩୯୫ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବୀରବର ଭଗତଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.