ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା, ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ୩୯୫ ଆଇପିସି ଆଧାରରେ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଏହାର ତଦନ୍ତ ଭାର ନେଇ ୪ ଜଣକୁ ଗିରଫ କରିଥିଲେ । ଡକାୟତି ଘଟଣାର ସରକାରୀ ଏପିପି ସୁରେଶ କୁମାର ପଟ୍ଟନାୟକ ମାମଲା ଲଢୁଥିବା ବେଳେ ୧୦ ବର୍ଷ ପରେ ବାଲିଗୁଡା ସହକାରୀ ଦୌରାଜଜ ଅପୂର୍ବ କୁମାର ରାୟ ଦୁଇ ଅଭିଯୁକ୍ତ ରାକେଶ କୁମାର ନାୟକ ଓ ରଞ୍ଜିତ କୁମାର ନାୟକଙ୍କୁ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୨ ମାସ ଅଧିକ ସଜା ବିଧାନ ହେବ ବୋଲି ରାୟରେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ସହରର ହନୁମାନ ମନ୍ଦିର ନିକଟରେ ରହିଥିବା କେ.ରାମକୃଷ୍ଣ ପାତ୍ର ପାଟ୍ଟଖଣ୍ଡା ମିକଶ୍ଚର ମାଲିକ ଘରେ ନଥିବା ବେଳେ ୫ ଜଣ ଘରେ ପଶି ଦୁର୍ବୁତ୍ତ ମାରଣାସ୍ତ୍ର ଧରି ଆଲମରୀ ଭାଙ୍ଗି ସୁନା ,ରୂପା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରେ ପୁଲିସ ତଦନ୍ତ ଅଧିକ ତଦନ୍ତ କରି ପ୍ରଥମେ ୨ ଜଣ ଓ ପରେ ଆଉ ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।